ଓଡିଶା

ବିରାମହାରାଜପୁର ନିର୍ବାଚନ ମଣ୍ଡଳୀର ହନୁମାନ ମନ୍ଦିର ପୂଜା

ସୋନପୁର: ଆଜି ବିରାମହାରାଜପୁର ନିର୍ବାଚନ ମଣ୍ଡଳୀର ଉଲୁଣ୍ଡା ବ୍ଲକର, ତିକୁଡ଼ା ଗ୍ରାମରୁ ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା କରି ସକାଳ ୯ ରେ ଆରମ୍ଭ ହୋଇ ତିକୁଡ଼ା, ପଣ୍ଡାପାଲି ଓ ଘମଡିଆପାଲି ଆଦି ଗ୍ରାମକୁ ଯାତ୍ରା କରାଜାଇଥିଲା। ଏହି ଯାତ୍ରାରେ ଜନସାଧାରଣ ବିଶେଷ ଭାବରେ କୃଷକ ଶ୍ରମିକ ମା ଓ ମାଉସୀ ମାନେ ଯୋଗଦେଇ ନିଜ ନିଜର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି , ପିଇବା ପାଣି ର ଘୋର ଅଭାବ, ଟାଟା ପାୱାରର ଅତ୍ୟାଚାର, କିଡ୍ନୀ ରୋଗୀଙ୍କ ସମସ୍ୟା, ଦାଦନ ସମସ୍ୟା, ଜଳସେଚନର ଅଭାବ, ସ୍କୁଲରେ ଶିକ୍ଷକ ଅଭାବ, ଇତ୍ୟାଦି ପ୍ରସଙ୍ଗରେ ଅଭିଯୋଗ ମାନ କରିଥିଲେ।

ତୁରନ୍ତ ଉକ୍ତ ପ୍ରସଙ୍ଗ ଉପରେ ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବାକୁ ଶ୍ରୀ ବେଦବାକ ପ୍ରତିଶ୍ରୁତି ଦେଇଛନ୍ତି। ପୁଣି ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଘର କଥା ସେହି ଗ୍ରାମରୁ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରାଯାଇଥିଲା। ଆଜିର ଯାତ୍ରାରେ ଯୁବନେତା ସନତ କୁମାର ହୋତା, ସୁରେଶ ପାତ୍ର, ମନରଞ୍ଜନ ପଧାନ, ରବି ପୋଢ଼, କେଶବ ସାହୁ, ବିଭୁଦତ୍ତ ମହାପାତ୍ର, ବାପି ଦାସ,ଛବି ମେହେର,ସଂଜୀବ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Related posts

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫର୍ମ ପାଇଁ ବିଡିଓଙ୍କୁ ଘେରିଲେ ପଞ୍ଚାୟତବାସୀ

mahabharatanews

ଉତ୍କଳ ଆଲୁମିନା କମ୍ପାନୀ ବିରୁଦ୍ଧରେ ଧାରଣା

mahabharatanews

ଏକ ତରଫା ପ୍ରେମର ପରିଣତି, ଯୁବକଙ୍କ ଉପରେ ଗରମ ପାଣି ଫିଙ୍ଗିଲେ ଯୁବତୀ

mahabharatanews