ଭାରତ

ଭୂମିକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ

(ଦିଲ୍ଲୀ) : ଭୂମିକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ। ଆଜି ସକାଳ ୬ଟା ୫୬ ମିନିଟ୍‌ ସମୟରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ମ୍ୟାଗ୍ନିଚ୍ୟୁଡ୍ ରେକର୍ଡ କରାଯାଇଛି। ତେବେ ଭୂମିକମ୍ପ କାରଣରୁ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ନ୍ୟାଶନାଲ ସେଣ୍ଟର ଫର୍ ସିସମୋଲୋଜି ସୂଚନା ଅନୁଯାୟୀ, ଉତ୍ତର ପାଙ୍ଗିନ୍‌ରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ଥିଲା। ସୂଚନାନୁଯାୟୀ , ଏହା ପୂର୍ବରୁ ଗତ ବୁଧବାର ୧୦ଟା ୨୪ ମିନିଟ୍‌ରେ ଲଦ୍ଦାଖରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମ୍ୟାଗ୍ନିଚ୍ୟୁଡ ରେକର୍ଡ ହୋଇଥିଲା। କାର୍ଗିଲ୍ ଠାରୁ ୩୨୮ କି.ମି ଉତ୍ତରରେ ଏହାର କେନ୍ଦ୍ରସ୍ଥଳୀ ଥିଲା।

Related posts

ଭାଜପା କାର୍ଯ୍ୟକାରୀ ଅଧକ୍ଷ ନୀତିନ ନବୀନ ହେବେ ନୂଆ ରାଷ୍ଟ୍ରିୟ ଅଧକ୍ଷ ।

mahabharatanews

ଟିକେଟ ଦେଲା ବିଜେପି, ଲଢ଼ିବାକୁ ମନା କଲେ ପବନ ସିଂହ

mahabharatanews

କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଲେ ରାହୁଲ

mahabharatanews