ଭାରତମନୋରଞ୍ଜନ

ଆଇଜିଟି ୯ର ବିଜେତା ହେଲେ ଦିବ୍ୟାଂଶୁ ଓ ମନୁରାଜ

ବ୍ୟୁରୋ : ସୋନି ଟିଭି ବର୍ଷ ବର୍ଷ ଧରି ଲୋକଙ୍କ ମନୋରଞ୍ଜନ କରି ଆସୁଛି । ଆଇଜିଟି ଏକ ପୂରୁଣା କାର୍ଯ୍ୟକ୍ରମ ହୋଇଥିବା ବେଳେ ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ଗୃପ୍ ଗୁଡିକ ଆସି ଅଂଶ ଗ୍ରହଣ କରିଥାଆନ୍ତି । ଏବଂ ଲୋକଙ୍କୁ ମନୋରଞ୍ଜନର କରିଥାନ୍ତି । ଚଳିତ ବର୍ଷ ସିଜିନର ଗତକାଲି ରାତିରେ ଗ୍ରାଣ୍ଡ ଫାଇନାଲ ଥିଲା । ଏଥିରେ ବଂଶୀ ବାଦକ ମନୁରାଜ ଓ ବିଟ ବକ୍ସିଙ୍ଗ କରୁଥିବା ଦିବ୍ୟାଂଶଙ୍କ ଯୋଡି ସମସ୍ତଙ୍କୁ ପଛରେ ପକାଇ ସୋ କୁ ଜିତି ଥିଲେ । ଫାଇନାଲରେ ବିଏସ ରେଡି, ଇଶିତା, ଏବଂ ଅନ୍ୟ ଗୃପ ଗୁଡିକୁ ପଛରେ ପକାଇ ଲୋକଙ୍କ ପାଖରେ ଆଦୃତ ହୋଇ ଦିବ୍ୟାଂଶୁ ମନୁରାଜ ଟାଇଟଲ ହାତେଇ ଥିଲେ ।

୨୦ଲକ୍ଷ ଟଙ୍କା ଇଣ୍ଡିଆଜଗଟ ଟ୍ୟାଲେଣ୍ଟ ଟ୍ରଫି ସହ ଏକ କାର ପୁରସ୍କାର ସ୍ୱରୁପ ପ୍ରଦାନ କରାଯାଇଥିଲା । ଏଥି ସହିତ ପ୍ରଥମ ରନରଅପ ଭାବେ ଇସିତା ବିଶ୍ୱକର୍ମା ଓ ଦ୍ୱିତୀୟ ରନରଅପ ବମ ଫାୟାର କ୍ରୁ କୁ ୫ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ସୋରେ ଆକ୍ଟର କିରନ ଖେର୍, ଶିଳ୍ପା ସେଟ୍ଟୀ, ସିଙ୍ଗର ବାଦ୍ଶାହା ଓ ଲିରିସିଷ୍ଟ ମନୋଜ ମୁନତସିର ଜଜ୍ ଭାବରେ ନଜର ଆସିଥିଲେ । ଏହି ସୋ ରେ ନୃତ୍ୟ, ଗୀତ, ବଂଶୀ ବାଦନ, ବିଟ୍ ବକ୍ସିଙ୍ଗ, ସହ ଅନ୍ୟାନ ବହୁ ପ୍ରତିଭା ମଧ୍ୟ ଦେଖିବାକୁ ମିଳିଥିଲା ।

Related posts

ଆଦିତ୍ୟ-ଏଲ୍‌୧; ଚତୁର୍ଥ କକ୍ଷପଥ ପ୍ରବେଶ ସଫଳ

mahabharatanews

ଦେଶରେ ୨୪ ଘଣ୍ଟାରେ ୧,୦୩୩ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ସୁପ୍ରିମ କୋର୍ଟ ଗଠନ କରିଛନ୍ତି ୫ ଜଣିଆ କମିଟି

mahabharatanews