ଓଡିଶା

ଆଜି ବିଶ୍ୱ ପୃଥିବୀ ଦିବସ

ପୁରୀ/ଜୟନ୍ତ କୁମାର ସେଠୀ : ଆଜି ହେଉଛି ଚିଶ୍ୱ ପୃଥିବୀ ଦିବସ । ଏହି ଦିବସ ବର୍ଷରେ ୨ ଦିନ ପାଳନ କରାଯାଇଥାଏ । ୨୧ ଏପ୍ରିଲ ୨୨ ଏପ୍ରିଲ । ଆଜିର ଦିନରେ କୋଟି କୋଟି ଲୋକ ମିଶି ପର୍ଯ୍ୟାବରଣର ସଂରକ୍ଷଣ କରିବାକୁ ଜାଗ୍ରତ ହୋଇଥାନ୍ତି ଓ ଏଥିରେ ପୃଥିବୀର ମହତ୍ତ୍ୱକୁ ବୁଝାଇବାକୁ ସଚେତନା ବାର୍ତ୍ତା ଦିଆଯାଇଥାଏ । ଆଜିର ଦିନରେ ଲୋକମାନଙ୍କୁ ସଚେତନା କରିବା ସହ ବହୁ ମାତ୍ରାରେ ଗଛ ଲଗାଇବା, ପରିବେଶ ସଫା ରଖିବା ପାଇଁ କୁହା ଯାଇଥାଏ ।

ଆଉ ଏହି ୱା୍ଲଡ଼ ଆର୍ଥ ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ସେ ଏହି ବାଲୁକା କଳା ରେ ପୃଥିବୀକୁ ସରସ ସୁନ୍ଦର କରିବା ପାଇଁ ସମସ୍ତେ ପ୍ରୟାସ କରିବା ଦରକାର ଏବଂ ଆମେ ପୃଥିବୀର ଯେତିକି ଯତ୍ନ ନେବା ଆମ ପରିବେଶ ସେତିକି ସୁନ୍ଦର ହୋଇପାରିବ ।

ସମସ୍ତଙ୍କୁ ତାଙ୍କ ବାଲୁକା କଳାରେ ଆହ୍ୱାନ କରିଛନ୍ତି ଆସ ସମସ୍ତେ ମିଶି ଆମ ପରିବେଶ କୁ ସୁନ୍ଦର କରିବା ଆମ ଭବିଷ୍ୟତ ଆମେ ଗଢିବା । ଏହି ବାଲୁକା କଳାଟି ୧୨ ଫୁଟ ଓସାର ବିଶିଷ୍ଟ ଏଥିରେ ୧୨ଟନ ବାଲି ଉପଯୋଗ କରାଯାଇଛି ଜ୍ଝ ଏହି ବାଲୁକା କଳା କୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୭ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ “World Earth Day”ର ବାର୍ତ୍ତା ଦେଇଛନ୍ତି ।

Related posts

ପୁଣି ଏକାଠି ହୋଇଛନ୍ତି ବାଲିମେଳା, କାଲିମେଳା ଓ ଏମ୍‌ଭି-୭୯ ଅଞ୍ଚଳର ଠିକାଦାର

mahabharatanews

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ 

mahabharatanews

 ସୁଦାମ ମାର୍ଣ୍ଡିଙ୍କୁ ମିଳିଲା ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ 

mahabharatanews