ଭାରତ

କୋମଳମତୀ ଶିଶୁକୁ ଶୀଘ୍ର ସ୍କୁଲ ପଠାଅନି : ସୁପ୍ରିମକୋର୍ଟ

ବ୍ୟୁରୋ : କୋମଳମତି ଶିଶୁଙ୍କୁ ବିଦ୍ୟାଳୟ ପଠାଇବା ପାଇଁ ଅଭିଭାବକ ମାନେ ଆଜିକାଲି ବେଶ ବ୍ୟଗ୍ର । ପିଲାଙ୍କୁ ଦୁଇ ବର୍ଷ ହେଉ ହେଉ ବିଦ୍ୟାଳୟରେ ନାମ ଲେଖାଇ ଦେଉଛନ୍ତି ଅଭିଭାବକ । ଖୁବ କମ ବୟସର ପାଠପଢା ପିଲାଙ୍କ ମାନସିକ ସ୍ତରକୁ କ୍ଷତି କରିଥାଏ ବୋଲି କହିଛନ୍ତି ସୁପ୍ରିମକାର୍ଟ । ତେଣୁ ଅଭିଭାବକ ମାନେ ଏଥି ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।ମଙ୍ଗଳବାର କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖା ବୟସ ବୃଦ୍ଧି ପ୍ରସଙ୍ଗ ଉପରେ ଏକ ପିଆଇଏଲର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ଅଳ୍ପ ବୟସରୁ ପାଠ ପଢିବା ଦ୍ୱାରା ପିଲାଙ୍କ ବିକାଶ ଠିକ ଢଙ୍ଗରେ ହୋଇନଥାଏ । ଜଷ୍ଟିସ ଏମ ଏମ ସୁଦର୍ଶନ ଓ ସଞ୍ଜୟ କିଶାନ କୋଲଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

ଦିଲ୍ଲୀ ହାଇକୋର୍ଟ ପ୍ରଥମେ ମାର୍ଚ୍ଚ ୧୧ ତାରିଖରେ କେନ୍ଦ୍ରୀୟ ବିଦ୍ୟାଳୟରେ କମ ବୟସରେ ଆଡମିସନକୁ ବିରୋଧ କରି ବୟସ ସୀମାକୁ ୫ ବର୍ଷପରିବର୍ତ୍ତେ ୬ ବର୍ଷକୁ ବୃଦ୍ଧି କରାଇଥିଲେ ଏହା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଫାଇଲ କରାଯାଇଥିଲା । ଏବଂ କୋର୍ଟ ଆହୁରି ମଧ୍ୟ କହିଛନ୍ତି ପାଠପଢା କେଉଁ ବୟସରେ ଆରମ୍ଭ ହେବ ସେ ଉପରେ ରିପୋର୍ଟ ରହିଛି । ଅଭିଭାବକ ମାନେ ରିପୋର୍ଟ ଗାଇଡଲାଇନ ପାଳନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Related posts

୬ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି

mahabharatanews

ରାହୁଲ ଗାନ୍ଧିଙ୍କ ସହ ଭାରତ ଯୋଡୋ ପଦ ଯାତ୍ରାରେ ଯୋଗ ଦେଲେ ସୁଶାନ୍ତ ସିଂ

mahabharatanews

Economic Survey 2024: ଚାକିରି ଛଡ଼ାଇନେବ ଏଆଇ

mahabharatanews