ଭାରତ

୧୨ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ମିଳିବ କୋଭୋଭାକ୍ସ ଟିକା

ନୂଆଦିଲ୍ଲୀ: ରାଜ୍ୟ ହେଉ କିମ୍ବା ଦେଶ ଏବେ କରୋନା ସଂକ୍ରମଣ ଆୟତରେ ଅଛି । କିନ୍ତୁ ଏପର୍ଯ୍ୟନ୍ତ ବିପଦ ସମ୍ପୂର୍ଣ୍ଣ ଭାବେ ଟଳିନି । ତେଣୁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ଏହାରି ମଧ୍ୟରେ ୧୨ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ମିଳିବ କୋଭୋଭାକ୍ସ ଟିକା । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସିରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା । କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ କୋଭୋଭାକ୍ସ ଭ୍ୟାକ୍ସିନ୍ ୧୨ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଉପଲବ୍ଧ ରହିଛି ବୋଲି ଆଦର ପୁନାୱାଲା । କିଛି ଦିନ ପୂର୍ବରୁ ପୁନାୱାଲା ଟ୍ୱିଟ୍ କରି ସୂଚନା ଦେଇଥିଲେ କି ଭାରତରେ ପିଲାଙ୍କ ପାଇଁ କୋଭୋଭାକ୍ସ ଟିକା ଉପଲବ୍ଧ ରହିଛି । ଏହା ଭାରତ ନିର୍ମିତ ଏକମାତ୍ର ଭ୍ୟାକ୍ସିନ୍ ଯାହାକି ୟୁରୋପରେ ବ୍ରିକ୍ରି କରାଯାଉଛି । ଏହି ଟିକା ୯୦ ପ୍ରତିଶତ ପ୍ରଭାବଶାଳୀ । ଗତ ସପ୍ତାହରେ ସିରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର କୋଭୋଭାକ୍ସ ଭ୍ୟାକ୍ସିନକୁ ୧୨ରୁ ୧୭ ବର୍ଷ ବୟସ୍କଙ୍କ ପାଇଁ ବ୍ୟବହାର ପାଇଁ ଅନୁମତି ମିଳିଥିଲା ।

Related posts

 ଶିବରାଜ ସିଂ ଚୌହାନଙ୍କ ରୋଡ ଶୋ’ 

mahabharatanews

ଆଜି ସୁପ୍ରିମକୋର୍ଟ ପାଳିବ ହୀରକ ଜୟନ୍ତୀ 

mahabharatanews

କ୍ଷମତା ଗ୍ରହଣ କରିବା ପରେ କେନ୍ଦ୍ର ସରକାରଙ୍କୁ ପ୍ରଥମ ଥର ପାଇଁ ଟାର୍ଗେଟ୍ କରିଛନ୍ତି ବିଜୟ ।

mahabharatanews