ଓଡିଶାରାଜନୀତି

ଦରବୃଦ୍ଧି ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର: ଦରବୃଦ୍ଧି ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । କେନ୍ଦ୍ର ସରକାର ଦର ବୃଦ୍ଧି ନିୟନ୍ତ୍ରଣରେ ବିଫଳ ହେଉଥିବାରୁ ବର୍ଷିଛନ୍ତି ବିଜେଡି ଓ କଂଗ୍ରେସ । ପେଟ୍ରୋଲ ଦର ସାଙ୍ଗକୁ ଇନ୍ଧନ ଗ୍ୟାସର ଦରବୃଦ୍ଧି ସାଧରଣ ଲୋକଙ୍କୁ ବେହାଲ କଲାଣି । କେବଳ ସେତିକି ନୁହେଁ ଅତ୍ୟାବଶ୍ୟକୀୟ ଜିନିଷ ପତ୍ରର ଦର ମଧ୍ୟ ଏତେ ମାତ୍ରାରେ ବଢିବାରେ ଲାଗିଛି ଯେ ସାଧାରଣ ଲୋକଙ୍କ ମୁଣ୍ଡରେ ଚଡକ ପଡିଲା ଭଳି ଅବସ୍ଥା ହେଲାଣି ।

ଯହାଫଳରେ କେନ୍ଦ୍ର ସରକାରଙ୍କ ଏପରି ଅର୍ଥନୀତିକୁ ଦୃଢ ପ୍ରତିବାଦ କରି ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନି ଦେଇଛି । ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଗ୍ରୀଷ୍ମପ୍ରବାହ କମିବା ପରେ ଆନ୍ଦୋଳନର ପନ୍ଥା ଆପଣାଇବ । କେବଳ ବିଜେଡି ନୁହେଁ କଂଗ୍ରେସ ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ।

Related posts

ବୁଷ୍ଟର ଡୋଜ ଭାବେ କୋର୍ବେଭାକ୍ସର ବ୍ୟବହାର: ମଞ୍ଜୁରୀ ଦେଲେ ଡିସିଜିଆଇ

mahabharatanews

ପାଳିତ ହେଲା ଆଦିବାସୀଙ୍କ ଟୋକିମରା ପର୍ବ, ହଜାର ହଜାର ଜନ ସମାଗମ

mahabharatanews

୭ ଦଫା ଦାବି ନେଇ କଳିଙ୍ଗ ମହିଳା ଶକ୍ତି ପକ୍ଷରୁ ଏନ.ଆର.ଏଲ୍ ଫାଟକ ସମ୍ମୁଖରେ ଅନଶନ

mahabharatanews