ଭାରତମନୋରଞ୍ଜନ

ଉଠିଥିବା ପ୍ରଶ୍ନକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଶେହନାଜ୍ ଗିଲ୍

ମୁମ୍ବାଇ : ବଲିଉଡ୍ ଡେବ୍ୟୁକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଶେହନାଜ୍ ଗିଲ୍ ।  ସଲମାନ ଖାନ୍‌ଙ୍କ ସହ ପରଦାରେ ଦେଖା ଯିବେ ଶେହନାଜ୍ ଗିଲ୍ । ଗତ କିଛି ଦିନ ହେବ ଏହା ଶୁଣିବାକୁ ମିଳୁଛି । ନିକଟରେ ଯେତେବେଳେ ଶେହନାଜଙ୍କୁ ଡେବ୍ୟୁକୁ ନେଇ ପ୍ରଶ୍ନ କରାଯାଇଥିଲା  ସେତେବେଳେ ସେ ଏମିତି କିଛି କଥା କହିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।  କିଛି ଦିନ ହେବ ଏହା ଶୁଣିବାକୁ ମିଳୁଛି ଶେହନାଜ୍ ଗିଲ୍ ବଲିଓଡରେ ପାଦ ଦେଇଛନ୍ତି  ।

ରିପୋର୍ଟ ଅନୁସାରେ, ଶେହନାଜ ଏହି ଫିଲ୍ମରେ ସଲମାନଙ୍କ ଭିଣୋଇ ଅର୍ଥାତ୍ ଅଭିନେତା ଆୟୁଷ ଶର୍ମାଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ  ଶେହନାଜ ଗିଲଙ୍କୁ ବଲିଉଡ୍ ଡେବ୍ୟୁ ନେଇ ପ୍ରଶ୍ନ କରାଯିବାରୁ ସେ ଜବାବ ଦେବା ବେଳେ ଏମିତି ରିଆକ୍ଟ କରିଥିଲେ ଯେ ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି । ଯେତେବେଳେ ଶେହନାଜଙ୍କୁ ବଲିଉଡ୍ ଡେବ୍ୟୁକୁ ନେଇ ଏୟାରପୋର୍ଟରେ ପେପାରାଜି ପ୍ରଶ୍ନ କରିଥିଲା ସେତେବେଳେ ଅଭିନେତ୍ରୀ କିଛି ନକହି ଚୁପ୍ ରହିଥିଲେ ଆଉ ଖାଲି ହସିଥିଲେ । ଶେହନାଜଙ୍କ ଏଭଳି ରିଆକ୍ସନରୁ ବଲିଉଡ୍ ଡେବ୍ୟୁ ଚର୍ଚ୍ଚା ଆହୁରି ଜୋର ଧରିଛି । ଏହା ପୂର୍ବରୁ ଶେହନାଜ ଗିଲ୍‌ଙ୍କୁ ଦିଲଜିତ ଦୋସାଞ୍ଜଙ୍କ ସହ ପଞ୍ଜାବୀ ଫିଲ୍ମ ‘ହୌସଲା ରଖ୍’ରେ ଦେଖିବାକୁ ମିଳିଥିଲା ।

ଏହି ଫିଲ୍ମରେ ଶେହନାଜଙ୍କର ବହୁତ ପ୍ରଶଂସା ହୋଇଥିଲା । ଏହି ଫିଲ୍ମ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ରିଲିଜ ହୋଇଥିଲା । ଏହି କାରଣରୁ ଫିଲ୍ମର ପ୍ରମୋସନ କରିବା ସମୟରେ ଶେହନାଜ ଅନେକ ଥର ଇମୋସନାଲ ହୋଇଥିବା ଦେଖିବାକୁ ମିଳିଥିଲା ​​। ଆଉ ଏବେ ତାଙ୍କ ଚାହିଁତ ହିରୋ ସହ ନଜର ଆସିବାକୁ ନେଇ ସେ ବହୁତ ଖୁସି ବୋଲି କହିଛନ୍ତି  ସେ ସେୟାର କରି କହିଛନ୍ତି ତାଙ୍କ ଡ୍ରିମ ଥିଲା ସଲମନଙ୍କ ସହ ଗୋଟେ ଫିଲ୍ମ କରିବାକୁ ଯାହାର ସ୍ବପ୍ନ ସତ ହେଇଛି । ଆଉ ସେ ଏହାକୁ ନେଇ ବହୁତ ଖୁସି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Related posts

ଓକିଲମାନଙ୍କୁ ୫ଥର ଭେଟିବା ଆବେଦନ ଖାରଜ 

mahabharatanews

ବିରାଟ ବିଲ୍‌ବୋର୍ଡ ଭୁଶୁଡ଼ିବା ମାମଲା; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

mahabharatanews

ଉତ୍ତରପ୍ରଦେଶରେ ବର୍ଷାର ତାଣ୍ଡବ ଲୀଳା, କାନ୍ଥ ଭୁଷୁଡି ୧୨ ଜଣଙ୍କ ମୃତ୍ୟୁ

mahabharatanews