ବିଶ୍ୱ

ଅଚାନକ ବିମାନରେ ଲାଗିଲା ନିଆଁ, ବିମାନରେ ଥିଲେ ୧୧୩ ଜଣ ଯାତ୍ରୀ

(ଦିଲ୍ଲୀ) : ଅଚାନକ ବିମାନରେ ଲାଗିଲା ନିଆଁ । ଚୀନର ଚୁଙ୍ଗଚୀଙ୍ଗ୍‌ ସହରରେ ବଡ ଧରଣର ଦୁର୍ଘଟଣା ଘଟିଛି । ତିବ୍ବତ ଏୟାରଲାଇନ୍ସର ଏକ ବିମାନ ଉଡାଣ ବେଳେ ରନଓ୍ବେରେ ଖସିଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ପରେ ସେଥିରେ ନିଆଁ ଲାଗିଯାଇଛି ।

ବିମାନରେ ମୋଟ ୧୧୩ ଜଣ ଯାତ୍ରୀ ଏବଂ ୯ ଜଣ କ୍ର‍୍ୟୁ ମେମ୍ବର ଥିଲେ । ଭିତରେ ଥିବା ଯାତ୍ରୀ ଏବଂ କ୍ର‍୍ୟ ମେମ୍ବରଙ୍କୁ ସୁରକ୍ଷିତ ଭୋବ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । କିଛି ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି ।

ସୂଚନାନୁଯାୟୀ , ବିମାନଟି ଚୁଙ୍ଗଚୀଙ୍ଗରୁ ନିଙ୍ଗଚୀ ଯାଉଥିଲା । ଉଡାଣ ଭରୁଥୁବା ବେଳେ ରନ୍‌ଓ୍ବେ ହିଁ ଏଭଳି ଦୁର୍ଘଟଣା ଘଟିଛି । ଏହାର ୨ ମାସ ପୂର୍ବରୁ ମଧ୍ୟ ଭୀଷଣ ଦୁର୍ଘଟଣା ଘଟିଥିଲା ।

Related posts

ଚୀନରେ ପୁଣି ବଢିଲାଣି କରୋନା

mahabharatanews

ମେକ୍ସିକୋରେ ଲଘୁଚାପଜନିତ ଭୟଙ୍କର ବାତ୍ୟା ‘ହିଲାରି

mahabharatanews

ସୁଦାନରେ ବିଦ୍ରୋହୀଙ୍କ କବଳରେ ଓଡ଼ିଆ ଶ୍ରମିକ ତିର୍ତ୍ତୋଲର ଆଦର୍ଶ ବେହେରା

mahabharatanews