ବିଶ୍ୱ

ମେକ୍ସିକୋରେ ଲଘୁଚାପଜନିତ ଭୟଙ୍କର ବାତ୍ୟା ‘ହିଲାରି

(ମେକ୍ସିକୋ) : ରବିବାର ଦିନ ଲଘୁଚାପଜନିତ ଭୟଙ୍କର ବାତ୍ୟା ‘ହିଲାରି’ ଉତ୍ତରପଶ୍ଚିମ ମେକ୍ସିକୋରେ ସ୍ଥଳଭାଗକୁ ପ୍ରବେଶ କରିବା  ଆମେରିକାର କାଲିଫର୍ଣ୍ଣିଆ ଆଡ଼କୁ ଅଗ୍ରସର ହେଉଥିବା କଥା ଜଣାପଡିଛି । ଲ୍ୟାଣ୍ଡ୍‌ଫଲ୍‌ କରିଥିବା ପରେ  ଭୟଙ୍କର ବାତ୍ୟା ଯୋଗୁଁ ଆକସ୍ମିକ ବନ୍ୟା, ଚକ୍ରବାତ ଓ ଭୀଷଣ ବତାସ ପ୍ରବାହିତ ହୋଇ ବିଜୁଳି ସରବରାହରେ ବାଧା ପ୍ରାପ୍ତ ହୋଇଛି   । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି  ।

ସୂଚନାନୁଯାୟୀ ,‘ୟୁଏସ୍‌ ନ୍ୟାସ୍‌ନାଲ୍‌ ହରିକେନ୍‌ ସେଣ୍ଟର୍‌’ କହିଛି: ଘଣ୍ଟାପ୍ରତି ୧୦୦ କିଲୋମିଟର୍‌ ବତାସ ସହିତ ‘ହିଲାରି’ ମେକ୍‌ସିକୋର ଉତ୍ତର ପ୍ରନ୍ତରେ ଥିବା ବାଜା କାଲିଫର୍ଣ୍ଣିଆ ଉପଦ୍ବୀପରେ ଲ୍ୟାଣ୍ଡ୍‌ଫଲ୍‌ କରିଛି। ପ୍ରତିବର୍ଷ ମେକ୍ସିକୋର ପ୍ରଶାନ୍ତ ମହାସାଗର ଓ ଆଟ୍‌ଲାଣ୍ଟିକ୍ ମହାସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ହୁଏ। କିନ୍ତୁ, ଆମେରିକାର କାଲିଫର୍ଣ୍ଣିଆକୁ ବାତ୍ୟା କ୍ବଚିତ୍‌ ପ୍ରଭାବିତ କରେ। ତାହା ପୁଣି ଏତେ ତୀବ୍ର ହୋଇ ନ ଥାଏ। ଦୀର୍ଘ ୮୪ ବର୍ଷ ପରେ ପ୍ରଥମ କରି ଆମେରିକାର କାଲିଫର୍ଣ୍ଣିଆ ଆଡ଼କୁ ଏଧରଣ ବାତ୍ୟା ଅଗ୍ରସର ହେଉଛି।

 

 

Related posts

ଅଙ୍କଲ ଡାକି ନିଲମ୍ବିତ ହେଲେ ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ

mahabharatanews

ଡୋନାଲ୍ଟ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ବ୍ୟାନକୁ ହଟାଯିବ

mahabharatanews

ଭାରତକୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ ଯୋଗାଇବ ଋଷିଆ !

mahabharatanews