ଅପରାଧଓଡିଶା

ଏସଟିଏଫକୁ ବଡ ସଫଳତା; ୩ କେଜିର ବ୍ରାଉନ ସୁଗାର ଜବତ

ପୁରୀ : ପୁରୀ ପୋଲିସ ଓ ଏସଟିଏଫକୁ ବଡ ସଫଳତା। ଧରାହେଲା ୩ କେଜିର ବ୍ରାଉନ ସୁଗାର। ଯାହାର ଆନୁମାନିକ ବଜାର ମୁଲ୍ୟ ତିନି କୋଟିରୁ ଅଧିକ ଟଙ୍କା। ବ୍ରାଉନ ସୁଗାର କିଙ୍ଗପିନ୍ ନଣ୍ଡା ଓରଫ ସୁଶାନ୍ତ ପଟ୍ଟନାୟକ ସହ ତାର ଅନ୍ୟ ଦୁଇ ସହଯୋଗୀ ରାଜ କିଶୋର ସାହୁ, ମାନସ ସାହୁକୁ ଗିରଫ କରିଛି ବାସେଳୀ ସାହି ଥାନା ପୋଲିସ। ଏକ ବିଶେଷ ସୂତ୍ରରୁ ଖବର ପାଇ ଗତ ପାଞ୍ଚ ଦିନ ହେବ ପୋଲିସ ଓ ଏସଟିଏଫ ଟିମ୍ ଅଭିଯୁକ୍ତ ମାନଙ୍କ ଉପରେ କଡା ନଜର ରଖିଥିବା ବେଳେ ଆଜି ସକାଳୁ ଏହି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା।

ଅଭିଯୁକ୍ତମାନେ ବ୍ରାଉନ ସୁଗାର ବ୍ୟବସାୟ ପାଇଁ ପୁରୀ ଆସୁଥିବା ବେଳେ ମଙ୍ଗଳାଘାଟ ଛକ ଠାରେ ପୋଲିସ ଏମାନଙ୍କୁ ଧରିଥିଲା। ଏମାନଙ୍କ ଠାରୁ ପୋଲିସ ୩ କେଜି ୧୯୨ ଗ୍ରାମର ବ୍ରାଉନ ସୁଗାର, ୨୦ହଜାର ନଗଦ ଟଙ୍କା, ଚାରୋଟି ମୋବାଇଲ ଫୋନ, ଗୋଟିଏ ଟଙ୍କା ଗଣତି ମେସିନ୍, ଗୋଟିଏ କାର୍ ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ତେବେ ମୁଖ୍ୟ କିଙ୍ଗପିନ୍ ନଣ୍ଡା ଓ ତାର ସହଯୋଗୀ ଏହି ବ୍ରାଉନ ସୁଗାର କେଉଁଠୁ ଆଣୁଥିଲେ ଏବଂ କାହାକୁ ବିକ୍ରି କରୁଥିଲେ ସେ ନେଇ ଅଭିଯୁକ୍ତ ମାନଙ୍କୁ ତିନିଦିନିଆ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି କନୱର ବିଶାଳ ସିଂ କହିଛନ୍ତି। ସେହିପରି ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସିଟି ଡିଏସପି ଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରହିଛି।

Related posts

୬୮ ବର୍ଷ ବୟସରେ ଅଶୋକ ସାହୁଙ୍କ ପରଲୋକ

mahabharatanews

ଧାନ ଫସଲରେ ନିଆଁ, କ୍ଷତିପୁରଣ ଦାବିରେ ଚାଷୀଙ୍କ ରାସ୍ତା ଅବରୋଧ

mahabharatanews

୧୦ ପ୍ରସ୍ତାବ ଉପରେ ବାଜିପାରେ ମୋହର

mahabharatanews