ଭାରତ

ନମାଜ ପଢ଼ିବାକୁ ଆଶାତୀତ ଭିଡ଼

ବାରାଣାସୀ: ବାରାଣାସୀସ୍ଥିତ ଜ୍ଞାନବାପୀ ମସଜିଦରେ ଆଜି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଶୁକ୍ରବାର ନମାଜ ପଢ଼ିବା ପାଇଁ ୧୨ଶହରୁ ଊଦ୍ଧ୍ୱର୍ ମୁସଲମାନ ଏକାଠି ହୋଇଥିଲେ । ଯେଉଁ ସ୍ଥାନରେ ୪ଶହ ଲୋକଙ୍କୁ ଦେଖିବାକୁ ମିଳୁଥିଲା, ସେଠାରେ ଆଶାତୀତ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମସଜିଦ ପରିସର ଲୋକାରଣ୍ୟ ହେବା ପରେ ମସଜିଦ କମିଟି ପକ୍ଷରୁ ମୁଖ୍ୟ ଦ୍ୱାରକୁ ବନ୍ଦ କରିବାକୁ ଆଦେଶ ଦେଇଥିଲେ ।

ପରେ ଲାଉଡସ୍ପିକର ମାଧ୍ୟମରେ ଶ୍ରଦ୍ଧାଳୁମାନଙ୍କୁ ଅନ୍ୟ ମସଜିଦ୍କୁ ଯିବା ପାଇଁ ଅନୁରୋଧ କରାଯାଇଥିଲା । ଫଳରେ ଏହି ଭିଡ଼କୁ ନିୟନ୍ତ୍ରଣ କରାଯାଇ ପାରିଥିଲା । ଅପରପକ୍ଷେ ଜୁମାକୁ ଦୃଷ୍ଟିରେ ରଖି ଶୁକ୍ରବାର ସକାଳୁ ବାରାଣାସୀରେ ହାଇଆଲର୍ଟ ଜାରି କରାଯାଇଛି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ବହୁ ସଂଖ୍ୟାରେ କମାଣ୍ଡୋ ଏବଂ ପୁଲିସ ଫୋର୍ସ ମୂତୟନ କରାଯାଇଥିଲା ।

Related posts

 “ଆମେ ଲରେନ୍ସ ବିଷ୍ଣୋଇକୁ ଶେଷ କରିବୁ” : ସିନ୍ଦେ

mahabharatanews

ରାଜସ୍ଥାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews

ଭୁସ୍ଖଳନରେ ପୋତି ହୋଇଗଲା କାର୍, ୫ ମୃତ

mahabharatanews