ଅପରାଧଭାରତ

ସିଦ୍ଧୁଙ୍କର ଦିନ ଓ ରାତି କେମିତି କଟୁଛି ଜେଲରେ , ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ସିଦ୍ଧୁଙ୍କୁ ମିଳିଛି ଜେଲ୍ ସଜ୍ଜା। ରୋଡ୍ ରେଜ୍ ମାମଲାରେ ଜେଲ ଯାଇଛନ୍ତି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଏକ ବର୍ଷ ଜେଲ ଦଣ୍ଡାଦେଶ ଘୋଷଣା କରିବା ପରେ ସିଦ୍ଧୁ ପଞ୍ଜାବ ପଟିଆଲା ଅଦାଲତରେ ଆତ୍ମସମର୍ପଣ କରିଥିଲେ । ସଜ୍ଜା ପରେ ଜେଲରେ ବଡ଼ ମୁସ୍କିଲ୍ରେ କଟିଛି ପ୍ରଥମ ରାତି। ଭୋଜନ କରି ସାରିଛନ୍ତି ବୋଲି କହି ନବଜୋତ୍ ସିଂହ ସିଦ୍ଧୁ ରାତିରେ ରାତ୍ର ଭୋଜନ କଲେ ନାଇଁ , କି କିଛି ଔଷଧ ଖାଇଲେ ବୋଲି ଜଣେ ଜେଲ୍ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ବର୍ତ୍ତମାନ ପଟିଆଲା ଜେଲରେ ବ୍ୟାରେକ୍ ନମ୍ବର ୭ ରେ କଏଦୀ ଭାବରେ ରଖାଯାଇଛି।

ଯେଉଁଥିରେ ତାଙ୍କ ସହିତ ଜେଲ୍ରେ ଅଛନ୍ତି ଦୁଇ ପୁଲିସ କର୍ମୀ ଓ ଦୁଇ ଜଣ ସାଧାରଣ ନାଗରିକ। ତାଙ୍କୁ କ୍ୟାବିନ୍ ମିଳିଛି । ଏହା ମଧ୍ୟରେ ରହିଛି ଗୋଟିଏ ଚୌକି, ଗୋଟିଏ ଆଲମାରୀ, କମ୍ବଳ, ଛୋଟ ବେଡ୍, ମଶାରୀ, ହଳେ ଜୋତା, ଚାରି ହଳ ପାଇଜାମା କୁର୍ତ୍ତା ଏହାସହ ତାଙ୍କୁ ନିଜର ଭାବ ପରିପ୍ରକାଶ ପାଇଛି ପେନ୍ ,ପେପର ମଧ୍ୟ ଦିଆଯାଇଛି । ପ୍ରଥମ ତିନି ମାସ ଜେଲ ମଧ୍ୟରେ ତାଙ୍କର ଟ୍ରେନିଙ୍ଗ ଚାଲିବ । ଏହି ସମୟରେ ତାଙ୍କୁ କିଛି ଟଙ୍କା ମିଳିବ ନାହିଁ । ପରେ ତାଙ୍କୁ ଜେଲ୍ରେ କାମ କରିବାକୁ ପଡ଼ିବ। ଆଉ ଏଥିପାଇଁ ଦୈନିକ ପାରିଶ୍ରମିକ ମିଳିବ ୩୦ ରୁ ୯୦ ଟଙ୍କା।ସୂଚନା ଅନୁସାରେ , ବର୍ତ୍ତମାନ ସେ ଜେଲରେ କେବଳ ଧଳା ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଛି ।ଜେଲ୍ କର୍ମଚାରୀଙ୍କ କହିବାନୁଯାୟୀ ସିଦ୍ଧୁଙ୍କ ପାଇଁ କୌଣସି ସ୍ୱତନ୍ତ୍ର ଭୋଜନ ପ୍ରସ୍ତୁତ କରାଯାଇନଥିଲା ।

ଜେଲ୍ ମୁଖ୍ୟଙ୍କ ପରାମର୍ଶ ଅନୁଯାୟୀ ସିଦ୍ଧୁ ଯଦି ଚାହିଁବେ ଜେଲ୍ର କ୍ୟାଣ୍ଟିନ୍ରୁ କିଣି ଖାଇପାରିବେ ନଚେତ୍ ନିଜେ ରୋଷେଇ କରି ମଧ୍ୟ ଭୋଜନ କରିପାରିବେ । ୧୯୮୮ ମସିହାରେ ଗାଡ଼ି ପାର୍କିଂକୁ ନେଇ ଗୁରନାମ ସିଂହ ନାମକ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କ ସହିତ ସିଦ୍ଧୁଙ୍କର ଝଗଡ଼ା ହୋଇଥିଲା। ଏଥିରେ ସିଦ୍ଧୁ ରାଗିଯାଇ ତାଙ୍କୁ ମାଡ଼ ମାରିଥିଲେ । ପରେ ଡାକ୍ତରଖାନାରେ ଗୁରନାମଙ୍କର ମୃତ୍ୟୁ ହେବା ପରେ ଘଟଣାରେ ସିଦ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୁଲିସ। ଦୀର୍ଘ ୩୪ ବର୍ଷ ପରେ ସିଦ୍ଧୁଙ୍କୁ ଦଣ୍ଡ ଶୁଣାଯାଇଛି । ଶୁକ୍ରବାର ସେ କୋର୍ଟରେ ଆତ୍ମ ସମର୍ପଣ କରିବା ପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା । ଏହାପରେ ତାଙ୍କୁ ପଟିଆଲା ସେଣ୍ଟ୍ରାଲ ଜେଲ ପଠାଇ ଦିଆଯାଇଥିଲା । ସିଦ୍ଧୁ ଏବେ ଏଠାରେ କଏଦୀ ଭାବେ ୧ ବର୍ଷର ଜେଲ ଦଣ୍ଡ ଭୋଗିବେ । ଏମିତି କାଟୁଛି ସିନ୍ଧୁଙ୍କ ଦିନ ଓ ରାତି ।

Related posts

ଟି-୨୦ ବିଶ୍ୱକପ କ୍ରିକେଟ ଲାଗି ଟିମ ଘୋଷଣା କଲା ବାଂଲାଦେଶ

mahabharatanews

ମାହାଙ୍ଗା ଡବଲ ମର୍ଡର ଘଟଣାରେ ୪ ଜଣଙ୍କୁ  ପଚରାଉଚରା

mahabharatanews

ବୁଷ୍ଟର ଡୋଜ ଭାବେ କୋର୍ବେଭାକ୍ସର ବ୍ୟବହାର: ମଞ୍ଜୁରୀ ଦେଲେ ଡିସିଜିଆଇ

mahabharatanews