ଅପରାଧଭାରତମନୋରଞ୍ଜନ

୨୦୦ କୋଟି ଠକେଇ ମାମଲାରେ ପକ୍ଷପାତ ଅଭିଯୋଗ ଆଣିଲେ ଜ୍ୟାକ୍‌ଲିନ୍‌

ମୁମ୍ବାଇ: କିଛି ଦିନ ହେବ ବେଶ ଚର୍ଚ୍ଚାରେ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ। ୨୦୦ କୋଟି ଠକେଇ ମାମଲାରେ ଇଡି ତାଙ୍କୁ ବାରମ୍ବାର କରୁଛି ଜେରା। ଏପରିକି ତାଙ୍କ ବିଦେଶ ଗସ୍ତ ଉପରେ ମଧ୍ୟ ରୋକ ଲାଗିଛି। ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜଶିଟ୍‌ରେ ଜ୍ୟାକ୍‌ଲିନ୍‌ଙ୍କୁ ଅଭିଯୁକ୍ତ ବୋଲି ମଧ୍ୟ ଦର୍ଶାଇଛି। ତାଙ୍କ ଉପରେ ହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଯେବେଠୁ ସମ୍ପର୍କ ଥିବା ଖବର ସାମ୍ନାକୁ ଆସିଛି ସେବେଠୁ ଚୁପ ଥିଲେ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ । କିନ୍ତୁ ଦୀର୍ଘ ଦିନ ପରେ ଏହି ମାମଲାରେ ମୁହଁ ଖୋଲିଛନ୍ତି ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ। ତାଙ୍କ କହିବାନୁସାରେ , ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ଠାରୁ ଉପହାର ନେଇଥିବା ଅଭିନେତ୍ରୀ ନୋରା ଫେତହି ଓ ଅନ୍ୟମାନଙ୍କୁ ସାକ୍ଷୀ ବନାଇ ଦିଆଯାଇଛି।

କିନ୍ତୁ ତାଙ୍କୁ ଦୋଷୀ ବୋଲି କୁହାଯାଉଛି। ଏଭଳି ପକ୍ଷପାତକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ‘ଯଦି ମୁଁ ଦୋଷୀ ତେବେ ସେମାନେ କିଭଳି ସାକ୍ଷୀ ହେଲେ ବୋଲି ଅଭିନେତ୍ରୀ ପ୍ରଶ୍ନ କରିଛନ୍ତି।’ ସେଥିପାଇଁ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ଠାରୁ ଉପାହର ନେଇଥିବା ଅନ୍ୟମାନଙ୍କୁ ସାକ୍ଷୀ ବୋଲି ଇଡି ଦର୍ଶାଇଛି। କିନ୍ତୁ ଜ୍ୟାକ୍‌ଲିନ୍‌ଙ୍କୁ ଅଭିଯୁକ୍ତ ରୂପେ ଟଣାଯାଉଛି। ଏହି ମାମଲାରେ ଜ୍ୟାକ୍‌ଲିନ୍‌ ପକ୍ଷପାତ ଅଭିଯୋଗ ଆଣିଛନ୍ତି। ଆବେଦନକାରୀ ପ୍ରାଧୀକରଣଙ୍କ ନିକଟରେ ସେ ଆବେଦନ କରିଛନ୍ତି।

Related posts

ରାମଲଲାଙ୍କ ମଥାରେ ସୂର୍ଯ୍ୟ ତିଲକ

mahabharatanews

ରେକର୍ଡ କଲା ‘ଗଦର-୨’, ୨୪ ଦିନରେ ୫୦୦ କୋଟି ଆୟ 

mahabharatanews

ଆତ୍ମସମର୍ପଣ କଲା ସଂସଦ ଆକ୍ରମଣର ମାଷ୍ଟରମାଇଣ୍ଡ 

mahabharatanews