ଓଡିଶାରାଜନୀତି

ଗୁୁରୁମନ୍ତ୍ର ଦେଲେ ନବୀନ , ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ପାଇଁ କାମ କରିବାକୁ ପରାମର୍ଶ

ଭୁବନେଶ୍ୱର : ରାଜ୍ୟସଭାର ପ୍ରାର୍ଥୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକେଟ୍ ମିଳିବା ପରେ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ରାଜ୍ୟ ପାଇଁ ଭଲ କାମ କରିବା ସହ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି ଦଳର ସୁପ୍ରିମୋ । ନବୀନଙ୍କୁ ଭେଟିବା ପରେ ରାଜ୍ୟର ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରିବେ ବୋଲି କହିଛନ୍ତି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ।

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ଆଗକୁ ବଢିବୁ ବୋଲି ପ୍ରତିକ୍ରିୟା ରଖିଛନ୍ତି । ବିଶେଷ କରି ଆଦିବାସୀ, ଦଳିତ, ଚାଷୀ, ମୂଲିଆ ଓ ଖଟିଖିଆଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସେମାନେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ୩୧ ତାରିଖ ଦିନ ଏହି ୪ ଜଣ ପ୍ରାର୍ଥୀ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି ।ସୁଲତା ଦେଓ ଏବେ ବିଜେଡିର ମୁଖପାତ୍ର ସହ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଭାବେ କାର୍ଯ୍ୟରତ । ପୂର୍ବରୁ ସେ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଇଛନ୍ତି । ବିଜେଡିର ଜଣେ ଆଗ ଧାଡ଼ିର ନାରୀନେତ୍ରୀ ଭାବେ ସୁଲତା ଜଣାଶୁଣା ।

ବିଜେଡିର ଅନ୍ୟତମ ପ୍ରାର୍ଥୀ ମାନସ ରଞ୍ଜନ ମଙ୍ଗରା‌ଜ ଏବେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଅଛନ୍ତି । ଏହା ସହ ଦଳର ସାଧାରଣ ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ସାମ୍ବାଦିକତାରୁ କ୍ୟାରିୟର୍‌ ଆରମ୍ଭ କରିଥିବା ମାନସ ପରବର୍ତ୍ତୀ ସମୟରେ ସକ୍ରିୟ ରାଜନୀତିରେ ସାମିଲ ହୋଇ କଂଗ୍ରେସରେ ଯୋଗ ଦେଇଥିଲେ । ପରେ ସେ ବିଜେଡିରେ ସାମିଲ ହୋଇ ଗଣମାଧ୍ୟମ ଉପଦେଷ୍ଟା ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଉଥିଲେ । ସସ୍ମିତ ପାତ୍ର ଲଗାତାର ଦ୍ବିତୀୟ ଥର ରାଜ୍ୟସଭାକୁ ଯିବା ପାଇଁ ବିଜେଡି ପ୍ରାର୍ଥୀ  ମନୋନିୟତ  ହୋଇଛନ୍ତି ।

Related posts

ଜିଏସଟି ସ୍ଲାବକୁ ନେଇ ନିଷ୍ପତ୍ତି ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ କଲେ ପ୍ରେସମିଟ୍

mahabharatanews

ଶୂନ୍ୟକାଳରେ ତାତିଲେ ତାରା, ବାଚସ୍ପତିଙ୍କ ମାଇକ୍‌ ଟାଣିଲେ

mahabharatanews

ଅଗ୍ନିକାଣ୍ଡ ଘଟି ଜଳିଗଲା ସମ୍ବଲପୁର କୁଚିଣ୍ଡା ବାମରା ନିକଟ ଶୀତଳ ଭଣ୍ଡାର

mahabharatanews