ଓଡିଶା

ଦାଦାଗିରିର କରୁଥିବା ଗବର ସିଂଙ୍କୁ ପିଟି ପିଟି ପୋଲିସକୁ ଜିମା ଦେଲେ ମହିଳା

ମୟୂରଭଞ୍ଜ: ଗବର ସିଂ ର ଦାଦାଗିରିର କଡା ଜବାବ ଦେଲେ ମହିଳା । ଦାଦାଗିରିରେ ଅତିଷ୍ଠ ହୋଇ ଶେଷରେ ଗ୍ରାମର କିଛି ମହିଳା ଗବରକୁ ଧରି ଦେଇଛନ୍ତି ଉତ୍ତମ ମଧ୍ୟମ । ଏଥି ସହ ତିନି କିଲୋମିଟର ଟେକି ନେଇ ପୋଲିସକୁ ଜିମା ଦେବା ସହ ଗବରକୁ ଆଇନ ଅନୁସାରେ କଠୋର ଦଣ୍ଡ ଦେବା ପାଇଁ ନିବେଦନ ମଧ୍ୟ କରିଛନ୍ତି ଗ୍ରାମର ମହିଳା। ଏଭଳି ଘଟଣା ଦେଇକହିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ତଥା ଚିତ୍ରଡ଼ା ଫାଣ୍ଡି ଅଧିନ ଘୋଳମୁଁହା ପଞ୍ଚାୟତର ନୂଆସାହି ଗାଁରେ।

ସୂଚନାନୁସାରେ, ଅପରାହ୍ନ ପ୍ରାୟ ତିନିଟା ସମୟରେ ଛଅ ଜଣ ମହିଳା ଜଣେ ପୁରୁଷଙ୍କୁ ତିନି କିଲୋମିଟର ଟେକି ଆଣି ଚିତ୍ରଡା ଫାଣ୍ଡି ପର୍ୟ୍ୟନ୍ତ ପହଞ୍ଚାଇବା ଦୃଶ୍ୟ ବେଶ ରୋମାଞ୍ଚକର ଥିଲା । ନୂଆସାହି ଗ୍ରାମର ଭଞ୍ଜ ସିଂଙ୍କ ପୁଅ ଗବର ସିଂ ଅଧିକାଂଶ ସମୟ ମଦ ପିଇ ଚୁର ହେଲା ପରେ ଗାଁରେ ଉତ୍ପାତ ଆରମ୍ଭ କରେ ଏବଂ ଗ୍ରାମର ଝିଅ, ବୋହୂଙ୍କୁ ଅଶ୍ଳୀଳ ବ୍ୟବହାର ସହିତ ମାରପିଟ ଏବଂ ଟାଙ୍ଗିଆରେ କାଟି ମାରିଦେବାର ଧମକ ଦେଇଥାଏ । ବାରମ୍ବାର ଏଭଳି କାଣ୍ଡ କରୁଥିବାରୁ ଗ୍ରାମବାସୀ ତାଙ୍କ ପରିବାର ପାଖରେ କହିଥିଲେ।

ଏନେଇ ପରିବାର ଲୋକ ବୁଝାଇଲେ ମଧ୍ୟ ସେ ଶୁଣୁନଥିଲା । ଯାହା ପାଇଁ ଗ୍ରାମର ମହିଳା ମାନେ ଏକତ୍ରିତ ହୋଇ ଗବରକୁ ଏକ ଗାମୁଛାରେ ବାନ୍ଧି ଟେକି ଆଣି ଚିତ୍ରଡା ଫାଣ୍ଡିରେ ଜିମା ଦେଇଥିଲେ । ଚିତ୍ରଡା ଫାଣ୍ଡି ଅଧିକାରୀ ନଗରଦୀପ ସେଠି ପ୍ରଥମେ ୧୦୮ ଯୋଗେ ଗବରକୁ ଚିକିତ୍ସା ନିମନ୍ତେ କିଶାନତାଣ୍ଡି ଡାକ୍ତରଖାନାକୁ ପଠାଇ ଦେଇଥିଲେ । ଗବରର ଚିକିତ୍ସା ପରେ ଘଟଣାର ତଦନ୍ତ ହେବ ବୋଲି ପୋଲିସ କହିବା ପରେ ମହିଳା ମାନେ ଫାଣ୍ଡିରୁ ଘରକୁ ଯାଇଥିଲେ । ତେବେ ଗବର ଯଦି ପୁଣି ଫେରି ଆସିଲେ ଗ୍ରାମରେ ପୁଣି ଉନ୍ମକ୍ତ କାଣ୍ଡ ଘଟାଇବା ସେଇ ଆଶଙ୍କା ରହିଥବାରୁ ଗବରକୁ ଆଇନ ଅନୁସାରେ କଠୋରରୁ କଠୋର ଦଣ୍ଡ ବିଧାନ ପାଇଁ ମହିଳା ମାନେ ଫାଣ୍ଡି ଅଧିକାରୀଙ୍କୁ ନିବେଦନ କରିଛନ୍ତି।

Related posts

ମାସ୍କ,ପିପିଇ କିଟ ଦୁର୍ନତୀ: ଜିଲ୍ଲାପାଳ ଅଫିସ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

mahabharatanews

ଅଜଗରକୁ ନେଇ ଯାଉଥିବା ବେଳେ ପଡିଗଲେ ବନବିଭାଗଙ୍କ ହାବୁଡରେ

mahabharatanews

ଉର୍ଦ୍ଧୁ ଏକାଡେମୀର ମନମୁଖୀ କାର୍ୟ୍ୟସୂଚୀକୁ ନେଇ ସାମ୍ବାଦିକ ସମ୍ମିଳନୀ

mahabharatanews