ଓଡିଶାରାଜନୀତି

ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏଣ୍ଟ୍ରି ମାରିବେ ନୂଆ ଚେହେରା!

ଭୁବନଶ୍ୱର : ନବୀନଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଜୋର ଧରିଛି ଚର୍ଚ୍ଚା । ଜଣଙ୍କ ପରେ ଜଣେ ମନ୍ତ୍ରୀଙ୍କ ପାଖକୁ ଯାଉଛି ଫୋନ୍‌ କଲ୍ । କିଛି ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏହା ଭିତରେ କିଛି ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି । ତେବେ ବିଜେଡିର ହେବ ନବକଳେବର । ମନ୍ତ୍ରିମଣ୍ଡଳରେ ଏଣ୍ଟ୍ରି ମାରିବେ ନୂଆ ଚେହେରା । ରଘୁନନ୍ଦନ ଦାସ,ପ୍ରେମାନନ୍ଦ ନାୟକ, ପଦ୍ମନାଭ ବେହେରା, ପ୍ରଫୁଲ୍ଲ ମଲ୍ଲିକ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ପ୍ରାୟ ଅନ୍ୟ ୨୦ ନେତା ନିଜ ପଦରୁ ଦେଇସାରିଲେଣି ଇସ୍ତଫା ।

ତେବେ ଆସନ୍ତାକାଲି ସକାଳ ୧୧ଟା ୪୫ ମିନିଟ୍ ସମୟରେ ରାଜଭବନରେ ଶପଥ ନେବେ ନୂଆ ମନ୍ତ୍ରୀ । ଏମାନଙ୍କ ଇସ୍ତଫା ପରେ ନୂଆ ମନ୍ତିମଣ୍ଡଳରେ କାହାକୁ ମିଳିବ ସୁଯୋଗ ? କାହା ଉପରେ ଭରସା କରିବେ ନବୀନ ତାହା ଏଯାଏଁ ସସପେନ୍ସରେ ରହିଛି । ତେବେ ୨୦୨୪ ସାଧାରଣ ନିର୍ବାଚନକୁ ଫୋକସ୍‌ କରି ମୁଖ୍ୟମନ୍ତ୍ରୀ ନୂଆ ଟିମ୍‌ ଗଢ଼ିବା ଜଣ ପଡୁଛି । କିଛି ପୁରୁଖାଙ୍କୁ ବାଦ୍ ଦିଆଯାଇ ଅନେକ ନୂଆ ଚେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବାକୁ ନେଇ ଚର୍ଚ୍ଚ ଜୋର ଧରିଛି । ସେପଟେ ୨୦୨୪ ନିର୍ବାଚନକୁ ନଜରରେ ରଖି ଯୁବନେତାଙ୍କୁ ନବୀନ ମନ୍ତ୍ରିମଣ୍ଡଳରେ କରିପାରନ୍ତି । ସାଙ୍ଗଠନିକ ସ୍ତରରେ ଦଳ ପାଇଁ କାମ କରୁଥିବା ନେତାଙ୍କୁ ଦଳ ପୁରସ୍କାର ସ୍ୱରୂପ ମନ୍ତ୍ରୀପଦ ଦେଇପାରେ । ଦଳକୁ ତୃଣମୂଳ ସ୍ଥରରେ ଆହୁରି ମଜବୁତ କରିବାକୁ ନବୀନ ଏପରି ମାଧ୍ୟମ ଆପଣାଇ ପାରନ୍ତି ।

Related posts

ଗୋରାଙ୍କ ଉପରେ ରାଜ କରିବେ ଭାରତୀୟ ବଂଶଜ

mahabharatanews

ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

mahabharatanews

ଚାଲିଛି ଗୁପ୍ତ ସେବା, ଆଜି ଦଳମୂଳ ଖାଇବେ ଶ୍ରୀଜିଉ

mahabharatanews