ଭାରତମନୋରଞ୍ଜନ

ପ୍ରିୟଙ୍କା ଚୋପ୍ରା ପିଲାଙ୍କ ସୁରକ୍ଷାକୁ ନେଇ ସାହାର୍ଯ୍ୟ ମାଗିଲେ, ସେୟାର କଲେ ପୋଷ୍ଟ

ମୁମ୍ବାଇ: ଅଭିନେତ୍ରୀ ପ୍ରୟଙ୍କା ଚୋପ୍ରା, ତାଙ୍କୁ କିଏ ବା ନ ଜାଣେ । ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କ ପାଇଁ କୌଣସି ସ୍ୱତନ୍ତ୍ର ପରିଚୟର ଆବଶ୍ୟକତା ନାହିଁ । ତାଙ୍କ ଅଭିନୟରେ ସବୁ ଦର୍ଶକଙ୍କ ମନକୁ ଛୁଇଁଛନ୍ତି । ପ୍ରିୟଙ୍କା ସୋସିଆଲ ମେଡିଆରେ ଖୁବ୍ ଆକ୍ଟିଭ ରୁହନ୍ତି । ନିଜ ବ୍ୟସ୍ତବହୁଳ ଜୀବନ ମଧ୍ୟରୁ ସମୟ କାଢି ସେ ସୋସିଆଲ ମେଡିଆ ଜରିଆରେ ନିଜର ବିଚାର ଓ ଫଟୋ, ଭିଡିଓ ସେୟାର କରନ୍ତି ।

ଏହା ମଧ୍ୟରେ ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ୧୦୦ ଦିନରୁ ଅଧିକ ଦିନ ବିତିଗଲାଣି। ଏଠାରେ ଫସିଥିବା ପିଲାଙ୍କୁ ନେଇ ପ୍ରିୟଙ୍କା ବେଶ୍‌ ଚିନ୍ତିତ ରହିଛନ୍ତି। ପ୍ରିୟଙ୍କା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭାବବିହ୍ଵଳ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ୧୦୦ ଦିନର ମୃତ୍ୟୁ, ୧୦୦ ଦିନର ଯନ୍ତ୍ରଣା, ୧୦୦ ଦିନର ଡର, ୧୦୦ ଦିନର ଯୁଦ୍ଧ । ପ୍ରିୟଙ୍କା ଏକ ଛୋଟ ଝିଅ ପାଇଁ ଇମୋସନାଲ ପୋଷ୍ଟ ଲେଖି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଏବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଭଳି ସ୍ଥିତି ଆସିଯାଇଛି। ଏହାସହିତ ପ୍ରିୟଙ୍କା ୟୁନିସେଫର ଦୃଷ୍ଟି ଆକର୍ଷଣ ପାଇଁ ଲେଖିଛନ୍ତି, ପରିବାର ସଂଘର୍ଷ ଏବଂ କୋଭିଡ ମହାମାରୀ ମଧ୍ୟରେ ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତୁ। ୟୁନିସେଫ ମଧ୍ୟ ପିଲାଙ୍କ ସମର୍ଥନ ପାଇଁ ଏମିତି କରୁଛି। ଏହି ପ୍ରଥମ ଥର ପାଇଁ ନୁହେଁ। ପ୍ରିୟଙ୍କା ପୂର୍ବରୁ ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ୨୫ ଫେବୃଆରୀରେ ନିଜ ମତ ରଖିଥିଲେ। ଯୁଦ୍ଧର ଦ୍ୱିତୀୟ ଦିନରେ ପ୍ରିୟଙ୍କା ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଯେଉଁଥିରେ ୟୁକ୍ରେନରୁ ପଳାୟନ କରୁଥିବା ଲୋକ ଦେଖିବାକୁ ମିଳିଥିଲା।

Related posts

ସସପେଣ୍ଡ ହେଲେ ଆଇଏଏସ ପୂଜା ସିଙ୍ଘଲ

mahabharatanews

ମଣିପୁର ହିଂସା : ୧୨ ଆତଙ୍କବାଦୀଙ୍କୁ ମୁକ୍ତ କଲା ସୁରକ୍ଷାବାହିନୀ 

mahabharatanews

କମିଲା ଗ୍ୟାସ ଦର

mahabharatanews