ଖେଳଭାରତ

ପ୍ରତିପକ୍ଷ ଖେଳାଳିଙ୍କୁ ମାତ୍ର ୬୮ ମିନିଟରେ କଲେ ପରାସ୍ତ: ଇଗା ସ୍ୱିଆତେକ

ଦିଲ୍ଲୀ : ଫ୍ରେଞ୍ଚ ଓପନ ୨୦୨୨ ମହିଳା ସିଙ୍ଗଲ ଫାଇନାଲ ଜିତିଲେ ଇଗା ସ୍ୱିଆତେକ। ଦୁନିଆର ନଂ ୧ ଖେଳାଳି ଇଗା ସ୍ଵିଆତେକ ବୋଲି ଜଣାଯାଏ। ଏକକ ଫାଇନାଲରେ ଯୁବ ଖେଳାଳି କୋକୋ ଗଫଙ୍କୁ ହରାଇ ରୋଲାଣ୍ଡ ଗ୍ୟାରୋସ ଟାଇଟଲ୍ ନିଜ ନାମରେ କରିଛନ୍ତି। ସ୍ଵିଆତେକଙ୍କ ଏହା ଦ୍ଵିତୀୟ ଫ୍ରେଞ୍ଚ ଓପନ ଟାଇଟଲ୍। ପୋଲାଣ୍ଡର ଇଗା ସ୍ଵିଆତେକ ଆମେରିକାର ଯୁବ ଷ୍ଟାର କୋକୋ ଗଫଙ୍କୁ ୬-୧,୬-୩ ସେଟରେ ହରାଇଛନ୍ତି। ୨୧ ବର୍ଷୀୟ ଇଗା ସ୍ଵିଆତେକ ପ୍ରତିପକ୍ଷ ଖେଳାଳି ଗଫଙ୍କୁ ମାତ୍ର ୬୮ ମିନିଟ ଗେମରେ ପରାସ୍ତ କରିଛନ୍ତି।

ଇଗାଙ୍କ ଏହା ଦ୍ଵିତୀୟ ଗ୍ରାଣ୍ଡସ୍ଲାମ ଫାଇନାଲ୍ ମୁକାବିଲା ଥିଲା।ଏହା ପୂର୍ବରୁ ସେ ୨୦୨୦ରେ ଫ୍ରେଞ୍ଚ ଓପନ ଫାଇନାଲ୍ ମୁକାବିଲା ଖେଳିଥିଲେ ଏବଂ ଚାମ୍ପିଅନ ହୋଇଥିଲେ। ଆଜିର ବିଜୟ ସହ ଇଗା ଲଗାତାର ୩୫ ମ୍ୟାଚ୍ ଜିତି ମହାନ ମହିଳା ଟେନିସ୍ ଖେଳାଳି ଭେନସ ଓ୍ଵିଲିୟମସନଙ୍କ ରେକର୍ଡର ବରାବର କରିଛନ୍ତି। ମାରିଆ ସାରାପୋଭାଙ୍କ ପରେ ସ୍ଵିଆତେକ ସବୁଠୁ ଯୁବ ମହିଳା ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ କରିଛନ୍ତି।ସେମି ଫାଇନାଲରେ ସ୍ଵିଆତେକ ଦାରିଆ କସାକ୍ତିନାଙ୍କୁ ୬-୨, ୬-୧ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।

ଅନ୍ୟ ପଟେ ଗଫ ପ୍ରଥମ ଥର ଫ୍ରେଞ୍ଚ ଓପନରେ କ୍ଵାର୍ଟର ଫାଇନାଲଠୁ ଆଗକୁ ବଢିଛନ୍ତି। ସେ ସେମି ଫାଇନାଲରେ ଇଟାଲୀର ମାର୍ଟିନା ଟ୍ରେଭିସନଙ୍କୁ ୬-୩,୬-୧ ସିଧାସଳଖ ସେଟରେ ହରାଇଥିଲେ। ସେ ବିଶ୍ଵ ଟେନିସ ମାନ୍ୟତାରେ ୨୩ମ ସ୍ଥାନରେ ରହିଛନ୍ତି। ଏଥିସହ ୧୮ ବର୍ଷୀୟ କୋକୋ ଗଫ ସବୁଠୁ ଅଳ୍ପ ବୟସରେ ଫ୍ରେଞ୍ଚ ଓପନ ଫାଇନାଲ ଖେଳିବାର ରେକର୍ଡ କରିଛନ୍ତି। ସ୍ୱିଆତେକ ନିଜ କ୍ୟାରିଅରରେ ଗଫଙ୍କ ସହିତ ୩ଟି ମ୍ୟାଚ୍‌ ଜିତିଛନ୍ତି।

Related posts

ଦିଲ୍ଲୀ ପ୍ରଦୂଷଣକୁ ନେଇ ଚିନ୍ତା, ଏକ୍ୟୁଆଇ ପାର କଲା ୪୫୦

mahabharatanews

ଚନ୍ଦ୍ରଯାନ-୩; କାଉଣ୍ଟ ଡାଉନ ଆରମ୍ଭ 

mahabharatanews

ବର୍ଷକୁ ଖେଳା ହେବ ଦୁଇ ଦୁଇ ଥର ଆଇପିଏଲ

mahabharatanews