ଅପରାଧଭାରତ

ଲେଡି ସିଙ୍ଘମ୍‌ ନାଁରେ ଚର୍ଚ୍ଚାକୁ ଆସିଥିବା ପୋଲିସ ଅଫିସର ଗିରଫ

ଆସାମ: ଆସାମର ଲେଡି ସିଙ୍ଘମ୍‌ ନାଁରେ ଚର୍ଚ୍ଚାକୁ ଆସିଥିବା ପୋଲିସ ଅଫିସର ଜନମୋନି ରାଭାଙ୍କୁ ଏକ ଠକେଇ ମାମଲାରେ ଗିରଫ କରାଯାଇଛି। ଗତ ମାସରେ ହିଁ ଜନମୋନି ନିଜ ଭାବୀ ସ୍ୱାମୀଙ୍କ ହାତରେ ହାତକଡ଼ି ପକାଇଥିଲେ। ମଙ୍ଗେତରଙ୍କୁ ଗିରଫ କରାଇ ଜନମୋନି ସେତେବେଳେ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ। ଆଉ ଏବେ ସେ ନିଜେ ଫସିଛନ୍ତି। ଭାବୀ ସ୍ୱାମୀଙ୍କ ସହ ମିଶି ଭ୍ରଷ୍ଟାଚାରରେ ଲିପ୍ତ ରହିବା ମାମଲାରେ ତାଙ୍କୁ ପୋଲିସ ଗିରଫ କରିଛି।ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ ଜନମୋନି ରାଭାଙ୍କୁ ପୋଲିସ ଲଗାତାର ଦୁଇ ଦିନ ଧରି ପଚରାଉଚରା କରିବା ପରେ ଗିରଫ କରିଛି। କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଦୁଇ ଠିକାଦାର ଥାନାରେ କରିଥିବା ଅଭିଯୋଗ ମୁତାବକ, ଯେତେବେଳେ ଜନମୋନି ମାଜୁଲି ଥାନାରେ ଥିଲେ, ସେହି ସମୟରେ ସେ ନିଜ ଭାବୀ ସ୍ୱାମୀ ରାଣା ପାଗାଗଙ୍କ ସହିତ ସେମାନଙ୍କ ପରିଚୟ କରାଇଥିଲେ। ଏହାପରେ ସେମାନେ ରାଣାଙ୍କ ସହିତ ଆର୍ଥିକ କାରବାର କରିଥିଲେ।

ପରେ ଠିକାଦାରଦ୍ୱୟ ଅଭିଯୋଗ କରିଥିଲେ କି, ସେମାନଙ୍କୁ ଠକା ଯାଇଛି। ଏ ନେଇ ଜନମୋନି, ପୋଗାଗଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତାଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଥିଲେ। ବର୍ତ୍ତମାନ ରାଣା ମାଜୁଲି ଜେଲରେ ଅଛନ୍ତି। ପରବର୍ତ୍ତୀ ସମୟରେ ଜନମୋନିଙ୍କ ବିରୋଧରେ ପୋଗାଗଙ୍କ ସାଥ୍‌ ଦେବା ନେଇ ଅଭିଯୋଗ ଆସିଥିଲା। ପୋଗାଗ ଜନମୋନିଙ୍କ ନାମରେ ମୋଟା ପଇସା ନେଇଥିବା ଅଭିଯୋଗରେ ଉଲ୍ଲେଖ ରହିଥିଲା। ଖବରରୁ ଜଣାପଡ଼ିଛି, ଅଭିଯୋଗ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ ଜନମୋନିଙ୍କୁ ମାଜୁଲି ଜିଲ୍ଲା ଜେଲ ପଠାଇ ଦିଆଯାଇଛି। କହି ରଖୁଛୁ, ଜନମୋନି ରାଭାଙ୍କୁ ରାଣା ପୋଗାଗ୍ ନାମକ ଯୁବକ ନକଲି ପରିଚୟ ଦେଇ ତାଙ୍କ ସହିତ ନିଜର ବିବାହ ସ୍ଥିର କରିଥିଲେ ଏବଂ ଗତ ଅକ୍ଟୋବରରେ ଦୁହିଁଙ୍କର ନିର୍ବନ୍ଧ ସରିଥିଲା। ଆସନ୍ତା ନଭେମ୍ବରରେ ଉଭୟଙ୍କ ବାହାଘର ହେବାର ଥିଲା। ହେଲେ ଏହା ପୂର୍ବରୁ ରାଣାଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିଥିଲା।

ସେ ନିଜକୁ ଓଏନଜିସିର ଲୋକସମ୍ପର୍କ ଅଧିକାରୀ ବୋଲି ପରିଚୟ ଦେଇ ଚାକିରି କରାଇଦେବା ନାଁରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିଥିଲେ। ଏ ନେଇ ଅଭିଯୋଗ ପାଇବା ପରେ ଜନମୋନି ରାଣାଙ୍କ ବିଷୟରେ ଅଧିକ ଖୋଳତାଡ଼ କରିଥିଲେ । ମାମଲାର ଯାଞ୍ଚ ପରେ ସେ ଜଣେ ଠକ ବୋଲି ଜଣା ପଡ଼ିଥିଲା। ତାଙ୍କ ନାମରେ ୨୫ ଲକ୍ଷ ଟଙ୍କାର ଠକେଇ କେସ୍ ରହିବା ସହିତ ସେ ଓଏନଜିସିର କର୍ମଚାରୀ ନୁହନ୍ତି ବୋଲି ଜନମୋନି ଜାଣିବାକୁ ପାଇଥିଲେ। ଶେଷରେ ସେ ତାଙ୍କ ଭାବୀ ସ୍ୱାମୀଙ୍କ ହାତରେ ହାତକଡ଼ି ପକାଇଥିଲେ।

 

Related posts

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ବସରୁ ଦୁଇ ମିନିଟ୍ ପାଇଁ ତଳକୁ ଓହ୍ଲାଇଲେ : ଗାଏବ ହୋଇଗଲା ୧୭ କିଲୋ ରୁପା, ୫ ଲକ୍ଷ ଟଙ୍କା

mahabharatanews

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟାବହ କାର ବୋମା ବିସ୍ଫୋରଣରେକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ

mahabharatanews