ଅପରାଧଭାରତ

ଶାଳୀ ଓ ସାବତ ଝିଅକୁ ଯୌନ ଶୋଷଣ କରୁଥିଲେ ସବ୍‌-ଇନ୍ସପେକ୍ଟର; ଅଭିଯୋଗ ଆଣିଲେ ସ୍ତ୍ରୀ

କର୍ଣ୍ଣାଟକ: ସାବତ ଝିଅ ଓ ଶାଳୀକୁ ଯୌନ ଶୋଷଣ କରୁଥିଲେ ସବ୍‌-ଇନ୍ସପେକ୍ଟର। ଆଉ ଏବେ ତାଙ୍କ  ସ୍ତ୍ରୀ  ଅଭିଯୋଗ କରିଛନ୍ତି ଥାନାରେ  । ଏଭଳି ଘଟଣା ଘଟିଛି କର୍ଣ୍ଣାଟକରେ ଜଣେ ସବ୍‌-ଇନ୍ସପେକ୍ଟରଙ୍କ କୃତ୍ୟ କାର୍ଯ୍ୟ ପଦାରେ ପଡ଼ିଛି। ତାଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ସବ୍‌-ଇନ୍ସପେକ୍ଟର ଜଣକ ୧୩ ବର୍ଷୀୟା ସାବତ ଝିଅ ଓ ଶାଳୀଙ୍କୁ ଯୌନ ଶୋଷଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରାଯାଇଛି। କହି ରଖୁଛୁ ଯେ ଏହି ମାମଲାରେ ଅଭିଯୁକ୍ତଙ୍କ ଦ୍ୱିତୀୟ ସ୍ତ୍ରୀ ହିଁ ସ୍ୱାମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି।

ତେବେ ମହିଳା ଜଣକ ନିଜ ଦ୍ୱିତୀୟ ସ୍ୱାମୀ ତଥା ଅଭିଯୁକ୍ତ ସବ୍‌-ଇନ୍ସପେକ୍ଟରଙ୍କୁ ପ୍ରଥମ ଥର ପାଇଁ ମହିଳା ଥାନାରେ ଭେଟିଥିଲେ। ସେଠାକୁ ସେ ନିଜ ପ୍ରଥମ ସ୍ୱାମୀଙ୍କ ବିରୋଧରେ ଏତଲା ଦେବାକୁ ଯାଇଥିଲେ। ସେପଟେ ସବ୍‌-ଇନ୍ସପେକ୍ଟର ମଧ୍ୟ ନିଜ ପ୍ରଥମ ସ୍ତ୍ରୀଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗ ସମ୍ବନ୍ଧରେ ନିଜର ବୟାନ ରେକର୍ଡ ପାଇଁ ଉପସ୍ଥିତ ଥିଲେ। ମହିଳା ଥାନାରେ ଉଭୟ ଉଭୟଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଥିଲେ ଏବଂ ପରେ ମହିଳା ନିଜ ପ୍ରଥମ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ସବ୍‌-ଇନ୍ସପେକ୍ଟରଙ୍କୁ ବିବାହ କରିଥିଲେ।

Related posts

ବାଇକ ଚୋରକୁ ଗିରଫ କଲା ମାହାଙ୍ଗା ପୁଲିସ

mahabharatanews

ଭାରତରୁ ଫିଲିପାଇନ୍ସ ଗଲା କ୍ଷେପଣାସ୍ତ୍ର

mahabharatanews

ଆବଶ୍ୟକ ପଡିଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ସ୍ଵାସ୍ଥ୍ୟମନ୍ତ୍ରୀ

mahabharatanews