ଓଡିଶା

୧୬ରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

(ଦିଲ୍ଲୀ) : ଦିନକୁ ଦିନ ବୃଦ୍ଧି ପାଉଛି ଭାରତରେ ଗ୍ରୀଷ୍ମ ପ୍ରବାହ । ଦେଶର ପିଶ୍ଚମ-ଉତ୍ତର ଓ ମଧ୍ୟ ଭାଗରେ ‘ଲୁ’ ପ୍ରଭାବରେ ଲୋକେ ଘରୁ ବାହାରୁ ନାହାନ୍ତି। ପଞ୍ଜାବ, ହରିଆଣା, ଦିଲ୍ଲୀ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ବିହାର ଓ ଝାଡ଼ଖଣ୍ଡରେ ‘ଲୁ’ର ପ୍ରଭାବ ଆଗାମୀ ୩ ତିନି ଦିନ ଯାଏ ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଉତ୍ତର ପ୍ରଦେଶରେ ଶନିବାର ବାନ୍ଦାରେ ୪୬.୨ ଡିଗ୍ରି ତାପମାତ୍ରା ସହ ଦେଶର ସର୍ବାଧିକ ଗରମ ଅଞ୍ଚଳ ରହିଛି । ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଓଡ଼ିଶାରେ ଜୁନ ୧୨ ବେଳକୁ ମୌସୁମୀ ବର୍ଷା ଆରମ୍ଭ ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି। ହେଲେ ଉତ୍ତର ରାଜସ୍ଥାନ, ପଞ୍ଜାବ, ହରିଆଣା, ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତର ମଧ୍ୟ ପ୍ରଦେଶରେ ଜୁନ ଯାଏ ତାରମାତ୍ରା ସାମାନ୍ୟ ଠାରୁ ଅଧିକ ରହିବ।

ସେହିଭଳି ରାଜଧାନୀ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ସାମାନ୍ୟ ତାପମାତ୍ରା ଠାରୁ ୪ ଡିଗ୍ରି ଉପରେ ୪୩.୮ ଡିଗ୍ରି ସେଲ୍ସିୟସ ରେକର୍ଡ କରାଯାଇଥିଲା। ସର୍ବନିମ୍ନ ତାପମାତ୍ରା ଦୁଇ ଡିଗ୍ରି ତଳେ ୨୯.୭ ଡିଗ୍ରି ସେସ୍ଲିୟସ ରହିଥିଲା। ଆଇଏମଡି ଅନୁସାରେ ଜୁନ ୧୬ ରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

 

Related posts

ଘରଠୁ ୪୦୦ ମିଟର ଦୂରରେ ଜୀବନ ହାରିଲେ ପିଇଓ

mahabharatanews

ପହଞ୍ଚିଲା  ଚତୁର୍ଥ ପର୍ଯ୍ୟାୟ ରଥକାଠ 

mahabharatanews

ଏସଟିଏଫ ପଞ୍ଝାରେ ୨ ବ୍ୟାଙ୍କ କର୍ମଚାରୀ

mahabharatanews