ଭାରତ

୪,୫୦୦ କିଲୋ ବାଣ ନେଇ ଯାଉଥିବାବେଳେ ଲାଗିଲା ନିଆଁ

ନିଉଜର୍ସି: ୪,୫୦୦ କିଲୋରୁ ଊର୍ଦ୍ଧ୍ବ ବାଣ ନେଇ ଯାଉଥିବା ଳେ ଲାଗିଲା ନିଆଁ । ଏ ଅଭାବନୀୟ ଘଟଣା ଘଟିଛି ଯୁକ୍ତରାଷ୍ଟ୍ର ଆମେରିକାର ନିଉଜର୍ସି ନିକଟ ରାଜପଥରେ। ଗୋଟାଏ ଟ୍ରେଲର୍‌-ଟ୍ରକ୍‌ରେ ନିଆଁ ଲାଗି ଯାଇଥିବା କଥା ‘ସେଣ୍ଟ୍ରାଲ୍‌ ଜର୍ସି ଫାୟାର୍‌’ ସୂଚନା ଦେଇଛି।ପ୍ରାପ୍ତ ସୂଚନା ଅନୁସାରେ, ଘଟଣାଟି ଜୁନ୍‌ ୨୬ ତାରିଖ ରବିବାର ଦିନ ଘଟିଛି। ଟ୍ରକ୍‌ରେ ଥିବା ବାଣ ସବୁ ଫୁଟି ଆକାଶ ଝଲସି ଉଠିବାରୁ ସେ ରାସ୍ତାରେ ଯାନବାହନ ଚଳାଇ ଯାଉଥିବା ଲୋକେ ଅସମୟରେ ଗୋଟାଏ ଅପୂର୍ବ ଦୃଶ୍ୟ ଦେଖିବାର ସୁଯୋଗ ପାଇଥିଲେ।

ନିଆଁ ଲାଗିଯିବା ପରେ ଟ୍ରକ୍‌ରେ ଥିବା ବାଣ ସବୁ ଆକାଶକୁ ଉଠିଯାଇ ଫୁଟିଥିଲା। ତେଣୁ, ରାସ୍ତା ବନ୍ଦ କରି ନିଆଁ ଲିଭାଇବା ପାଇଁ ପାଣି ପଠାଇବକୁ ରାଜପଥ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା। ଉଦ୍ଧାର ଓ ସହଯୋଗ ପାଇଁ ଘଟଣାସ୍ଥଳରେ ସେଣ୍ଟ୍ରାଲ୍‌ ଜର୍ସି ଫାୟାର୍‌ ଡିପାର୍ଟମେଣ୍ଟ୍‌ର ଦମକଳ ଟ୍ରକ୍‌ (ହାଜ୍‌ମାତ୍‌ ଟ୍ରକ୍‌) ସେଠାରେ ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ‘ଟ୍ୟାଙ୍କର୍‌ ଟାସ୍କ୍‌ ଫୋର୍ସ’କୁ ମଧ୍ୟ ଘଟଣାସ୍ଥ‌ଳରେ ପହଞ୍ଚବାକୁ ଅନୁରୋଧ କରାଯାଇଥିଲା।ରାଜପଥରେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ କରିଦିଆଯାଇଥିଲା।

ଫଳରେ ସୋମବାର ସକାଳ ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ମାଇଲ୍‌ ମାଇଲ୍‌ ଧରି ଯାନବାହନ ଧାଡ଼ିରେ ରହିଥିବା ଦେଖାଯାଇଥିଲା। ପୁଲିସ କହିବା ଅନୁସାରେ, ରବିବାର ରାତି ପ୍ରାୟ ୧୦.୩୦ରେ ଟ୍ରକ୍‌ର ‘ଡଲି ଟାୟାର୍‌’ ଜଳୁଥିବା ଦେଖି ଟ୍ରକ୍‌ ଚାଳକ ଟ୍ରକ୍‌ ଅଟକାଇଥିଲେ। ନିଆଁ ଯୋଗୁଁ ତା’ର ହାତ ପୋଡ଼ି ଯାଇଥିବା ଜଣାପଡ଼ିଛି। ବାଣ ଟ୍ରକ୍‌ରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ବାଣ ଟ୍ରକ୍‌ରେ ନିଆଁ ଲାଗିବାରେ ଏହା ପ୍ରଥମ ଘଟଣା ନୁହେଁ। ଗତବର୍ଷ ନଭେମ୍ବର ମାସରେ ବି ଓହିଓରେ ବାଣ ନେଇଯାଉଥିବା ଗୋଟାଏ ଟ୍ରକ୍‌ରେ ନିଆଁ ଲାଗିଯିବାରୁ ବାଣ ଫୁଟି ଚାରିଆଡ଼କୁ ଛିଟିକି ଥିଲା। ଉକ୍ତ ଅଘଟଣରେ ୩ଜଣ ଆହତ ହୋଇଥିଲେ।

Related posts

ଲଦାଖରେ ରାହୁଲ ଗାନ୍ଧୀ

mahabharatanews

ବିମାନବନ୍ଦର ନିୟମ ଭାଙ୍ଗିଲେ ବିଜେପି ସାଂସଦ

mahabharatanews

 ଭୂକମ୍ପ ମୃତ୍ୟୁ ସଂଖ୍ୟା ୫୦ ପାର

mahabharatanews