ଭାରତ

“ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ”: ମମତା  

(କୋଲକତା) : ଲୋକସଭା ନିର୍ବାଚନ ଲାଗି ୪ଟି ପର୍ଯ୍ୟାୟ ନିର୍ବାଚନ ସରିଛି । ବାକି ନିର୍ବାଚନ ଲାଗି ଦେଶରେ ଜୋରଦାର ପ୍ରଚର କରୁଛନ୍ତି ଶାସକ ଓ ବିରୋଧୀ । ଆଉ ଏହି କ୍ରମରେ ଚଳିତ ଲୋକ ସଭା ନିର୍ବାଚନରେ ‘ଇଣ୍ଡିଆ’ ବ୍ଲକ୍ ୩୦୦ ଆସନ ଦଖଲ କରି ସରକାର ଗଢ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର କ୍ଷମତାକୁ ଫେରିପାରିବେ ନାହିଁ । ସେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ । ଏହା ଏକମାତ୍ର ଗ୍ୟାରେଣ୍ଟି ବୋଲି ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସୂଚନାନୁଯାୟୀ , କଂଗ୍ରେସ ସୁପ୍ରିମୋ ମମତା କଲ୍ୟାଣୀରେ ଏକ ସଭାକୁ ସମ୍ବୋଧିତ କରି ଆହୁରି କହିଛନ୍ତି, ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା ମିଛ ବିସ୍ତାର କରି ରାଜ୍ୟର ମହିଳାମାନଙ୍କ ଛବି ମଳିନ କରୁଛି । ତେଣୁ ଗୋଟିଏ କଥା ନିଶ୍ଚିତ ହୋଇଛି ।  ଖଡଗେ କରିଲେ ବଡ଼ ଦାବି, କହିଲେ ଜୁନ୍ ୪ରେ… ତାହା ହେଲା ମୋଦି କ୍ଷମତାକୁ ଫେରୁନାହାନ୍ତି । ଇଣ୍ଡିଆ ବ୍ଲକ୍ ୨୯୫ରୁ ୩୧୫ ଆସନରେ ବିଜୟୀ ହେବ । ଭାଜପା ସର୍ବାଧିକ ୨୦୦ ଆସନରେ ସୀମିତ ହୋଇ ରହିଯିବ । ବର୍ତ୍ତମାନ ସତ ପଦାକୁ ଆସିବା ପରେ ‘ଗ୍ୟାରେଣ୍ଟି ବାବୁ’ (ମୋଦି) ସନ୍ଦେଶଖାଲିର ଭିଡିଓ ନ ଦେଖାଇବା ପାଇଁ ଟିଭି ଚ୍ୟାନେଲଗୁଡ଼ିକୁ ନିର୍ଦ୍ଦେଶ ଦେଉଛନ୍ତି ।

Related posts

ଗାନ୍ଧି ପରିବାରରେ ବାଜିବ ବିବାହ ଶାହାନାଇ

mahabharatanews

 ୨୩ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

mahabharatanews

ହୋଲିରେ ଗଡିବ ୫ ସ୍ପେଶାଲ ଟ୍ରେନ

mahabharatanews