ଓଡିଶା

ରଥାରୁଢ଼ ହେଲେ ଚତୁର୍ଦ୍ଧା ମୂରତି

ପୁରୀ: ଆଜି ମହାପ୍ରଭୁଙ୍କର ପବିତ୍ର ବାହୁଡ଼ା ଯାତ୍ରା । ୯ଦିନର ଲୀଳା ଖେଳା ସାରି ଜନ୍ମବେଦୀରୁ ରତ୍ନବେଦିକୁ ବାହୁଡ଼ିବେ ଚତୁର୍ଦ୍ଧା ମୂରତି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଗୁଣ୍ଡିଚା ମନ୍ଦିରରୁ ରଥାରୁଢ଼ ପାଇଁ ଅଣାଯିବା ପରେ ଭଉଣୀ ସୁଭଦ୍ରାଙ୍କୁ ଧାଡ଼ି ପହଣ୍ଡିରେ ରଥାରୁଢ଼ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ କରାଯାଇ ମହାପ୍ରଭୁଙ୍କୁ ରଥାରୁଢ଼ କରାଯାଇଛି ।

ତେବେ ଆଜି ତିନି ଠାକୁରଙ୍କୁ ଗୋଟି ପହଣ୍ଡରେ ରଥାରୁଢ଼ କରାଯାଇଛି।ତେବେ ନିର୍ଘଣ୍ଟ ନୀତି ଅନୁଯାୟୀ, ମଧ୍ୟାହ୍ନ ୧୨ଟାରୁ ସାଢେ ୨ଟା ମଧ୍ୟରେ ହେବ ବାହୁଡା ପହଣ୍ଡି । ଦିନ ଗୋଟାଏ ସାଢେ ୨ଟା ମଧ୍ୟରେ ଶେଷ ହେବ ବେଶ । ପରେ ଅପରାହ୍ନ ସାଢେ ୨ଟାରୁ ୩ଟା ୩୦ମଧ୍ୟରେ ଛେରା ପହଁରା କରାଯାଇ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟିବା ପରେ ରଥରେ ଘୋଡା ଲାଗି ହେବ । ଏହାପରେ ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ। ତେବେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Related posts

ଗୁରୁ ରାଜକିଶୋର ସାମନ୍ତରାୟଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ

mahabharatanews

ଗ୍ରାମ ଦେବତୀଙ୍କର ନୂତନ ମନ୍ଦିର ପ୍ରତିଷ୍ଠା

mahabharatanews

ଚୋରୀ ବେଳେ ଧରାପଡିଲେ, ବାଇକ୍ ଛାଡି ଚମ୍ପଟ

mahabharatanews