ଓଡିଶା

ଛତୁମାନେ ବି କଥା ହୁଅନ୍ତି

ବ୍ୟୁରୋ: ଛତୁମାନେ ବି କଥା ହୁଅନ୍ତି । ହଁ ଦର୍ଶକ ବନ୍ଧୁ ଆପଣ ଭାବୁଥିବେ ମଣିଷ ଓ ପଶୁ ପକ୍ଷୀ କଥା ହୁଅନ୍ତି । କିନ୍ତୁ ଛତୁ କେମିତି କଥା ହୋଇପାରିବ । ଏ କଥା ଆଶ୍ଚର୍ଯ୍ୟ ହେଲେ ବି ସତ । ଏମିତି ବହୁତ କିଛି ଅଦ୍ଭୁତ ଘଟଣାମାନ ଉଲ୍ଲେଖ କରିଥିଲେ ଆଶ୍ଚର୍ଯ୍ୟଲୋକରେ ଆଲିସର ଦୁଃସାହସିକତା ଉପନ୍ୟାସରେ । ଏପରିକି ଧୂମପାନ କରୁଥିବା ବରାଡ଼ି ଓ କଥା ହେୁଥିବାର ଛତୁ ପରି ଅକଳ୍ପନୀୟ ଦୃଶ୍ୟର ପରକଳ୍ପନା ସେ କରିଥିଲେ । ଏହା ୧୮୬୫ ମସିହାରେ ଲୁଇସ କରୋଲ ଯେତେବେଳେ ଏହି ଉପନ୍ୟାସ ଲେଖିଥିଲେ ସେତେବେଳେ ସେଥିରେ ସେ ନାନା ଅଦ୍ଭୁତ ଘଟଣାମାନ ସ୍ଥାନ ଦେଇଥିଲେ । ମାତ୍ର ଏଯାବତ୍ ସେପରି କୌଣସି ଘଟଣାର ସତ୍ୟତା ମିଳିପାରିନାହିଁ।

ତେବେ ନିକଟରେ ବ୍ରିଷ୍ଟଲ ସ୍ଥିତ ୱେଷ୍ଟ ଅଫ୍ ଇଂଲଣ୍ଡ ବିଶ୍ବବିଦ୍ୟାଳୟର ଗବେଷକମାନେ ନାନା ଅନୁଧ୍ୟାନରୁ ଛତୁମାନେ ପରସ୍ପର ଭିତରେ ଭାବର ଆଦାନପ୍ରଦାନ କରିଥା’ନ୍ତି ବୋଲି ଜାଣିପାରିଛନ୍ତି। ଏପରିକି ସେମାନେ ୫୦ଟି ଶବ୍ଦ ଯାଏ ବର୍ଣ୍ଣମାଳାର ବ୍ୟବହାର କରୁଥିବା ମଧ୍ୟ ଗବେଷକମାନେ ଠଉରେଇ ପାରିଛନ୍ତି। ସେମାନଙ୍କ ଅନୁଧ୍ୟାନ ଅନୁଯାୟୀ, ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଛତୁମାନେ ଅନ୍ୟକୁ ଖେଞ୍ଚିଦେଲା ଭଳି ଏକ ପ୍ରକାର ବିଦ୍ୟୁତ୍ ସଂକେତ ଛାଡ଼ିଥା’ନ୍ତି ଯାହା ସମାନ ଗ୍ରନ୍ଥି ବା କବକଜାଲ (ମାଇସେଲିଅମ୍)ଉପରେ ଉଠିଥିବା ଅନ୍ୟ ଛତୁମାନଙ୍କ ଦେହକୁ ସଂଚରିତ ହୋଇଥାଏ। ବିଶେଷ କରି କାଠକୁ ଖାଦ୍ୟ କରି ତାହା ଉପରେ ଉଠିଥିବା ଛତୁମାନେ ଅନ୍ୟ କୌଣସି ଅଜଣା କାଠ ସଂସ୍ପର୍ଶରେ ଆସିଲେ ଅନ୍ୟ ଛତୁମାନଙ୍କୁ ସେମାନେ ନୂତନ ଖାଦ୍ୟ ସମ୍ପର୍କରେ ଏପରି ଜଣାଇ ଦେଇଥା’ନ୍ତି।

ସେହିପରି କୌଣସି ବିପଦ ସୂଚନା ପାଇଲେ ମଧ୍ୟ ଛତୁମାନେ ଅନୁରୂପ ଭାବେ ଅନ୍ୟମାନଙ୍କୁ ବୈଦ୍ୟୁତିକ ସଂକେତ ମାଧ୍ୟମରେ ଜଣେଇଥା’ନ୍ତି। ଛତୁମାନଙ୍କ ଦ୍ବାରା ପ୍ରସାରିତ ଏ ପ୍ରକାର ବିଦ୍ୟୁତ୍ ସଂକେତ ବା ବୈଦ୍ୟୁତିକ ଶବ୍ଦର ହାରାହାରି ଦୈର୍ଘ୍ୟ ୫.୯୭ ଅକ୍ଷର ବିଶିଷ୍ଟ ବୋଲି ମଧ୍ୟ ଜଣାଯାଇଛି। ତେବେ ନିର୍ଦ୍ଦିଷ୍ଟ ଭାବେ ସେମାନେ କ’ଣ କହିଥା’ନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ। ସେମାନଙ୍କ ଭାଷାର ଅନୁବାଦ ପାଇଁ ଆହୁରି ଅଧିକ ଗବେଷଣା ଲୋଡ଼ା ବୋଲି ସଂପୃକ୍ତ ଗବେଷକମାନେ ସ୍ବୀକାର କରିଛନ୍ତି।

Related posts

୧୦ ଲକ୍ଷ ଟଙ୍କା ଓ ୫୦ ଭରି ସୁନା ଲୁଟିନେଲେ ବୁର୍ବୃତ୍ତ

mahabharatanews

ଆଜକୁ ଷଷ୍ଠ ଦିନରେ କଳିଙ୍ଗ ବାଲିଯାତ୍ରା

mahabharatanews

ଆଜି ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର

mahabharatanews