Uncategorized

ସିବିଆଇ ଚଢଉପରେ ହକି ମହାସଂଘ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନରିନ୍ଦର ବାତ୍ରା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନରିନ୍ଦର ବାତ୍ରା । ଏକ ଦୁର୍ନିତି ମାମଲାରେ ସିବିଆଇ ଚଢଉପରେ ସେ ଇସ୍ତପା ଦେଇଥିବା ଦେଖିବାକୁ ମିଳିଛି । ସେ ହକି ଇଣ୍ଡିଆର ୩୫ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗପରେ ସିବିଆଇ ଚଢାଉ କରିଥିଲା । ତେବେ ପୂର୍ବରୁ ଏନେଇ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା । ଗତ ମାର୍ଚ୍ଚ ମାସରେ ସେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ସଦସ୍ୟ ପଦରୁ ବି ଇସ୍ତଫା ଦେଇଥିଲେ । ହକିକୁ ଅଧିକ ସମୟ ଦେବା ପାଇଁ ସେ ଏହି ସଦସ୍ୟ ପଦ ଛାଡ଼ୁଥିବା ସେତେବେଳେ କହିଥିଲେ । କିନ୍ତୁ ହଠାତ ଏଫଆଇଏଚ ସଭାପତି ପଦ ଛାଡ଼ିବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ଗତ ସୋମବାରଦିନ ତାଙ୍କ ଘର, ଅଫିସରେ ଚଢଉ କରାଯାଇଛି । ଦିଲ୍ଲୀ ଓ ଜମ୍ମୁଠାରେ ଥିବା ମୋଟ ୫ଟି ଠିକଣାରେ ଚଢଉ କରିଛି ସିବିଆଇ ଟିମ ।ହକିପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାଥିବା ଆଲୋଚନା ହେଉଛି ।

Related posts

ଶାନ୍ତି ବଜାୟ ରଖିବାରେ ବିଶ୍ୱରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଇରାନ ରାଷ୍ଟ୍ରଦୂତ

mahabharatanews

ସବ୍ବ ଏ ହୟାଦରେ ଘରୁ ନ ବାହାରିବାକୁ ଏଲଜିଙ୍କ ଅନୁରୋଧ

mahabharatanews

ମାଟି ତଳେ ପୋତିଥିଲେ ପୁଳା ପୁଳା ଟଙ୍କା ଓ ସୁନା ; ମୃତ୍ୟୁ ପରେ ଜାଣିଲେ ସମ୍ପର୍କୀୟ

mahabharatanews