ଭାରତରାଜନୀତି

ସୁପ୍ରିମକୋର୍ଟରୁ ନୁପୂର ଶର୍ମାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରୁ ନୁପୂର ଶର୍ମାଙ୍କୁ ବଡ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମସ୍ତ ମାମଲା ଗୁଡିକର ବିଚାର କରି ଗିରଫରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କରିଛନ୍ତି। ବର୍ତ୍ତମାନ କୌଣସି ମାମଲାରେ ବାଧ୍ୟତାମୂଳକ ଭାବେ ଦଣ୍ଡ ବିଧାନ କରାଯାଇପାରିବ ନାହିଁ। ନୁପୂରଙ୍କୁ ବିକଳ୍ପ ଆଇନଗତ ପ୍ରତିକାର ପାଇଁ ଏକ ସୁଯୋଗ ଦେବା ଦରକାର ବୋଲି ଆମକ ହୃଦବୋଧ ହୋଇଛି। ତେବେ ଦିଲ୍ଲୀ, ତେଲେଙ୍ଗାନା, ପଶ୍ଚିମବଙ୍ଗ ପୁଲିସ ପକ୍ଷରୁ ନୁପୂରଙ୍କ ଆବେଦନ ଉପରେ ଅଗଷ୍ଟ ୧୦ ସୁଦ୍ଧା ଉତ୍ତର ରଖିବାକୁ କହିଛନ୍ତି। ଯଦିଓ ତାଙ୍କ ବିବୃତି ଉପରେ ଏଫାୟାର ପଞ୍ଜିକୃତ ହୋଇଛି। କିନ୍ତୁ ନୁପୂରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।
ମଙ୍ଗଳବାର ସୁପ୍ରିମ କୋର୍ଟରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜେବି ପାରଦୀୱାଲଙ୍କ ଦ୍ୱାରା ଗଠିତ ଖଣ୍ଡ ପୀଠରେ ଏହି ଶୁଣାଣି ହୋଇଥିଲା। ସୂଚନା ଅନୁସାରେ ପୂର୍ବତନ ବିଜେପି ମୁଖପାତ୍ର ଶ୍ରୀମତୀ ଶର୍ମା ପ୍ରଫେଟ ମହମ୍ମଦଙ୍କ ଉପରେ ଦେଇଥିବା ବିବୃତ୍ତି ସମ୍ପର୍କରେ ପୁଣି ଥରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ତେବେ ନିଜର ଗିରଫଦାରୀକୁ ରୋକିବାକୁ ସେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ତେବେ ନୁପୂରଙ୍କ ଜୀବନ ପ୍ରତି ବିପଦ ରହିଛି। ତାଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ କେହି ଦୁର୍ବୃତ୍ତ ଆସିଛନ୍ତି। ତାଙ୍କୁ ଗିରଫ କରାଯାଇଥିବା ନୁପୂରଙ୍କ ଓକିଲ ମଣିନ୍ଦର ସିଂହ କହିଛନ୍ତି। ତେବେ ନୁପୂରଙ୍କ ବିରୁଦ୍ଧରେ ପଶ୍ଚିମବଙ୍ଗରେ ୪ଟି ଏଫଆଇଆର ପଞ୍ଜିକୃତ ହୋଇଛି। ତାଙ୍କ ଜୀବନ ପ୍ରତି ବିପଦ ବଢିଥିବା ଓକିଲ ଶ୍ରୀ ସିଂହ କହିଥିଲେ। ତାଙ୍କ ବିରୁଦ୍ଧରେ ପ୍ରଥମେ ଦିଲ୍ଲୀରେ ପଞ୍ଚିକୃତ କରାଯାଇଥିଲା। ତେଣୁ ଏହି ମାମଲାକୁ ଦିଲ୍ଲୀକୁ ହସ୍ତାନ୍ତର କରାଯାଉ। ଅନ୍ୟ ମାମଲା ଗୁଡିକ ତୁରନ୍ତ ବନ୍ଦ କରାଯାଇଉ ବୋଲି ମତ ପ୍ରଦାନ କରିଥିଲେ। ଏଫଆଇଆର ଗୁଡିକ ସାମାନ ଟେଲିକାଷ୍ଟରେ ପଞ୍ଜିକୃତ ହୋଇଛି। ତେଣୁ ସମସ୍ତଙ୍କୁ ଆଇନଗତ ପ୍ରତିକାର ଲାଗି ଗୋଟିଏ ଗୋଟିଏ ସୁଯୋଗ ମିଳିବା ଦରକାର ବୋଲି ସୁପ୍ରମ କୋର୍ଟ କହିଛନ୍ତି।

Related posts

ଯୁବ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ

mahabharatanews

RJD ର ଶୋଚନୀୟ ପରାଜୟ ପରେ ତେଜ ପ୍ରତାପଙ୍କ ଚେତାବନୀ

mahabharatanews

କକ୍ଷପଥ ପରିବର୍ତ୍ତନ କଲା ଚନ୍ଦ୍ରଯାନ

mahabharatanews