ଓଡିଶାଭାରତ

ଢେଙ୍କାନାଳ ୧୨ ଘଣ୍ଟିଆ ବନ୍ଦ ଡାକରା

ଢେଙ୍କାନାଳ: ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ। ଓ କ୍ରିୟାନୁଷ୍ଠାନ କମିଟି । ୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଶେଷ ହେବାରେ ଅହେତୁକ ବିଳମ୍ବ ହେଉଥିବାରୁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସଂଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ।ଏହି ବନ୍ଦ ଡାକରା ଯୋଗୁ ଢେଙ୍କାନାଳ ସହରରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ବନ୍ଦ ପାଳନକୁ ସମର୍ଥନ କରିଛି ଶିଳ୍ପ ବାଣିଜ୍ୟ ପ୍ରତିଷ୍ଠାନ ।ସମସ୍ତ ଗାଡ଼ି ଚଳାଚଳ ଅପରାହ୍ନ ୨ଟା ଯାଏ ବନ୍ଦ ରଖାଯିବ ବୋଲି ଜିଲ୍ଲା ଘରୋଇ ବସ ଓ ଟ୍ରକ ମାଲିକ ସଂଘ ନିଷ୍ପତ୍ତି ନେଇଛି । ସମସ୍ତ ସରକାରୀ କାର୍ଯ୍ୟଳୟ ବନ୍ଦ ରଖିବାକୁ ଆହ୍ୱାନ ଦେଇଛି ସଂଘ ।୫୫ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଅଧାରହିବା ହେତୁ କଟକ ମଙ୍ଗୁଳିଠାରୁ ଅନୁଗୁଳ ଯାଏଁ ରାସ୍ତା ମରଣଯନ୍ତା ପାଲଟିଛି ।ଏନେଇ ପ୍ରତିବାଦ ଅନେକ ଥର କଲେ ମଧ୍ୟ କୈାଣସି ସମାଧାନ ହୋଇପାରୁନାହିଁ କାହିଁକି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Related posts

ଜିଲ୍ଲା ଯୁବ ଅଧିବକ୍ତା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

mahabharatanews

ଦିଲ୍ଲୀ ବିସ୍ଫୋରଣ ପାଇଁ ଆତଙ୍କୀ ବ୍ୟବହାର କରୁଥିଲେ କୋଡ୍ ୱାର୍ଡ଼…

mahabharatanews

ବାଇକରେ ଯିବା ବେଳେ ଚାପିଦେଲା ଟ୍ରକ୍‌, ୩ ମୃତ

mahabharatanews