ଓଡିଶା

ଜିଲ୍ଲା ଯୁବ ଅଧିବକ୍ତା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ପୁରୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ଅନୁନ୍ନତ ଓ ଗରିବ ଶ୍ରେଣୀର ଲୋକଙ୍କ ଲାଗି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାସନ କାର୍ଡ ମାଧ୍ୟରେ ୫ କିଲୋ ଖାଦ୍ୟଶସ୍ୟ ଯୋଗାଇଦେବାର ନିୟମ ରହିଛି। ତେବେ ଏହି ଯୋଜନାରେ ପୁରୀ ଜିଲ୍ଲାର ୪ ଲକ୍ଷ ହିତାଧିକାରୀଙ୍କୁ ଗହମ ମିଳୁନାହିଁ। ହେଲେ ରାଜ୍ୟ ବାକି ୨୯ଟି ଜିଲ୍ଲାରେ ଗରିବ ହିତାଧିକାରୀଙ୍କୁ ଗହମ ପ୍ରଦାନ କରାଯାଉଛି। ହେଲେ ପୁରୀ ଜିଲ୍ଲାକୁ ଯେଉଁ ଭଳି ଭାବରେ ଅଣଦେଖା କରାଯାଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନ କରାଯାଇଛି। ଏହାଦ୍ୱାରା ଜଣେ ବ୍ୟକ୍ତିର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ନେଇ ଯୁବ ଅଧିବକ୍ତା ସଂଘ ଅଭିଯୋଗ କରିଛି। ସଂଘର ଅଭିଯୋଗ ଅନୁସାରେ ପୁରୀ ଜିଲ୍ଲାର ରାସନ ହିତାଧିକାରୀଙ୍କୁ ଦୀର୍ଘ ୬ ମାସରୁ ଊର୍ଦ୍ଧ ସମୟ ଧରି ଗହମ ପ୍ରଦାନ କରାଯାଇନାହିଁ। ଗହମ ଯୋଗାଣ ବନ୍ଦ ଥିବାରୁ ଅନେକ ମଧୁମେହ ରୋଗୀ ଓ ବରିଷ୍ଠ ନାଗରିକ ପ୍ରଭାବିତ ହୋଇଛନ୍ତି। କାରଣ ଏମାନେ ବାହାରୁ ଅଟା କିଣି ଖାଇବାରେ ସକ୍ଷମ ହୋଇପାରୁନାହାଁନ୍ତି। ତେଣୁ ଜିଲ୍ଲାବାସୀଙ୍କୁ ତୁରନ୍ତ ଗହମ ପ୍ରଦାନ କରିବାକୁ ସଂଘ ଦାବି କରିଛି। ଏ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯିବ। ୭ ଦିନ ମଧ୍ୟରେ ଏସବୁର ସମାଧାନ ଲାଗି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସଂଘକୁ ପ୍ରତିଶ୍ରୁତି ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସଂଘର ଆବାହକ ଅନୀଲ କୁମାର ସାହୁ, ସଭାପତି ବିଶ୍ୱଜିତ ପ୍ରଧାନ, ଶୁଭାଶିଷ ମହାନ୍ତି, କର୍ଣ୍ଣବୀର ମହାପାତ୍ର, ଦେବାଶିଷ ଦାଶ, ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଏଣିକି ମାସକୁ ୧୨ ଦିନ ସ୍କୁଲ ପରିଦର୍ଶନରେ ଯିବେ ବିଇଓ

mahabharatanews

ସମଗ୍ର ଦେଶରେ ଏନଟିପିସି ସଂସ୍ଥା ୬୨,୧୧୦ ମେଗାଓା୍ୱଟ ବିଦ୍ୟୁତ୍ ଉତ୍ପାଦନରେ ଅଗ୍ରଣୀ ଭୂମିକା

mahabharatanews

ମଙ୍ଗଳବାର ଯାଏଁ ଗୃହ ମୁଲତବୀ 

mahabharatanews