ଓଡିଶା

ଯୁକ୍ତ ଦୁଇରେ ଏନଟିପିସି ଡିଏଭି ଛାତ୍ରୀ ପ୍ରିୟଙ୍କା ଟପ୍ପର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଏନ୍ଟିପିସି ଡିଏଭି ପବ୍ଲିକ୍ ସ୍କୁଲ୍, ଦିପଶିଖା ଅନୁଷ୍ଠାନର ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ସିବିଏସ୍ଇ ପରିକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଦଶମରେ ଛାତ୍ରୀ ଅନନ୍ୟା.ପି ୯୮.୪ ପ୍ରତିଶତ ପାଇଥିବା ବେଳେ ଦ୍ୱାଦଶରେ ଛାତ୍ରୀ ପ୍ରିୟଙ୍କା ଧର ୯୫.୨୦ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ଦଶମରେ ୯୦ ପ୍ରତିଶତ ନମ୍ବର ୨୫ ଜଣ ଛାତ୍ରଛାତ୍ରୀ ରଖିଥିବାବେଳେ ଶତ ପ୍ରତିଶତ ପାସ୍ ହାର ରହିଛି। ସେହିପରି ଦ୍ୱାଦଶ ପରୀକ୍ଷାରେ ମାତ୍ର ୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ନମ୍ବର ରଖିଥିବା ବେଳେ ୮୪ ପ୍ରତିଶତ ପାସ୍ ହାର ରହିଥିବା ଏନ୍ଟିପିସି ଡିଏଭି ପବ୍ଲିକ୍ ସ୍କୁଲ୍, ଦିପଶିଖା ଶିକ୍ଷାନୁଷ୍ଠାନ ପକ୍ଷରୁ କୁହାଯାଇଛି।

Related posts

ଘରୋଇ କଲେଜର ୧୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଆଜି ଓଡିଶା ଆସୁଛନ୍ତି ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

୨୫ରେ ରାଜ୍ୟ ବଜେଟ୍

mahabharatanews