ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ। ଯାହା ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ। ସେ ତାଙ୍କ ଜୀବନରେ ବହୁ ଝଡ଼, ଝଞ୍ଜା, ଅସୁବିଧା ଓ ଆଘାତକୁ ସାମ୍ନା କରି ଏହି ପଦବୀରେ ପହଞ୍ଚିଛନ୍ତି। ସେ ଆମମାନଙ୍କ ପାଇଁ ଏକ ଉଦାହରଣ।
ସେ ନିର୍ବାଚିତ ହେବା ପରେ ସ୍ୱାଧୀନତାପର ଠାରୁ ପ୍ରାୟ ୭୫ବର୍ଷ ଧରି ଅବହେଳିତ ଆଦିବାସୀମାନେ ଆଜି ଖୁସି ଅଛନ୍ତି। ଆମେ ସର୍ବଦା ଆଦିବାସୀମାନଙ୍କର ସାମର୍ଥ୍ୟକୁ କମ୍ ଆକଳନ କରି ଆସୁଥିଲୁ। ଆମେ ଭାବୁଥିଲୁ ସାମାନ୍ୟ କିଛି ସୁବିଧା, ସୁଯୋଗ ଯୋଗାଇ ଦେଲେ ସେମାନେ ସନ୍ତୁଷ୍ଟ ହୋଇଯିବେ, କିନ୍ତୁ ସେମାନଙ୍କ ମନରେ ଆଶା, ଆଙ୍କାକ୍ଷା ବାକି ରହିଯାଇଛି ତାହା ଏବେ ପରିଷ୍କାର ଜଣାପଡୁଛି। ସେମାନେ ବି ଯେକୌଣସି କ୍ଷେତ୍ରରେ ଆଗୁଆ ହୋଇପାରିବେ ତାହା ନିସନ୍ଦେହରେ କୁହାଯାଇପାରେ। ସେମାନଙ୍କର ଦେଶର ସାମାଜିକ ଜୀବନରେ ସମାନ ଭାଗିଦାର ହେବାର ସମସ୍ତ ଅଧିକାର ରହିଛି। ଯାହା ଦେଶକୁ ଉନ୍ନତି ପଥରେ ଆଗେଇ ନେବା ପାଇଁ ସହାୟକ ହେବ। ବର୍ତ୍ତମାନ ଆମେ ଆଦିବାସୀମାନଙ୍କର ସାମର୍ଥ୍ୟ,ସେମାନଙ୍କ ସ୍ୱାର୍ଥହୀନ ବ୍ୟବହାର ପାଇଁ ଖୁସି ଜାହିର କରିବା ସମୟ ଏବେ ଆସିଯାଇଛି। ସେମାନଙ୍କ ବିନା ଆମ ସମାଜ ଅଧୁରା ହୋଇ ରହିଯିବ।
previous post
