ଓଡିଶାରାଜନୀତି

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ ଘଟଣା

ଗୃହକୁ ୪ଟା ଯାଏ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ୱର: କଂଗ୍ରେସର ଲୋକସଭା ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି ବିବାଦୀୟ ବୟାନ ଦେଇଛନ୍ତି। ଏହାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ଗୃହ କାର୍ଯ୍ୟ ଚାଲିପାରିନଥିଲା। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଏହାପରେ ବିଜେପି ବିଧାୟକମାନେ ଗୃହ ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ। ସେପଟେ କଂଗ୍ରେସ ଦଳ ଲୋକଙ୍କୁ ସମ୍ମାନ ଦେବା ଜାଣେ ନାହିଁ ତେଣୁ ଲୋକମାନେ କଂଗ୍ରେସକୁ ପ୍ରତ୍ୟାଖାନ କରୁଛନ୍ତି। ଏହାଛଡା କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡୁଛି। ବର୍ତ୍ତମାନ ଚାରିଆଡେ ଇଡି ପକ୍ଷରୁ ଚଢାଉ ଜାରି ରହିଛି। କାଳେ ଇଡି ଶ୍ରୀ ଚୌଧୁରୀଙ୍କ ପାଖକୁ ପଳାଇ ଆସିବ ସେଇ ଭୟରେ ସେ ବଲ ଫିଙ୍ଗୁ ଥିବା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି। ସେପଟେ ବିଜେଡି ପକ୍ଷରୁ ମଧ୍ୟ ଏହାକୁ ନିନ୍ଦା କରାଯାଇଛି।

Related posts

ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

mahabharatanews

ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମକାଳୀନ ଛୁଟି ସମୟରେ ହେବ ପାଠପଢ଼ା

mahabharatanews

ବୃଦ୍ଧି ହେଲା ଆଶାକର୍ମୀଙ୍କ ମାସିକ ଦରମା

mahabharatanews