ଓଡିଶାରାଜନୀତି

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ ଘଟଣା

ଗୃହକୁ ୪ଟା ଯାଏ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ୱର: କଂଗ୍ରେସର ଲୋକସଭା ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି ବିବାଦୀୟ ବୟାନ ଦେଇଛନ୍ତି। ଏହାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ଗୃହ କାର୍ଯ୍ୟ ଚାଲିପାରିନଥିଲା। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଏହାପରେ ବିଜେପି ବିଧାୟକମାନେ ଗୃହ ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ। ସେପଟେ କଂଗ୍ରେସ ଦଳ ଲୋକଙ୍କୁ ସମ୍ମାନ ଦେବା ଜାଣେ ନାହିଁ ତେଣୁ ଲୋକମାନେ କଂଗ୍ରେସକୁ ପ୍ରତ୍ୟାଖାନ କରୁଛନ୍ତି। ଏହାଛଡା କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡୁଛି। ବର୍ତ୍ତମାନ ଚାରିଆଡେ ଇଡି ପକ୍ଷରୁ ଚଢାଉ ଜାରି ରହିଛି। କାଳେ ଇଡି ଶ୍ରୀ ଚୌଧୁରୀଙ୍କ ପାଖକୁ ପଳାଇ ଆସିବ ସେଇ ଭୟରେ ସେ ବଲ ଫିଙ୍ଗୁ ଥିବା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି। ସେପଟେ ବିଜେଡି ପକ୍ଷରୁ ମଧ୍ୟ ଏହାକୁ ନିନ୍ଦା କରାଯାଇଛି।

Related posts

ଜୟପୁରକୁ ଉଡ଼ିଲା ଦ୍ଵିତୀୟ ବିମାନ

mahabharatanews

ନକ୍ସଲଙ୍କ ହିଂସାକାଣ୍ଡ; ଇନ୍ ଫର୍ମର ସନ୍ଦେହରେ ତିନିଙ୍କୁ ହତ୍ୟା 

mahabharatanews

ଜଳ ନିକାଶ ପ୍ରତିଷ୍ଠାନରେ ପ୍ରାଚୀର ପତ୍ର “ଅଳକା”ର ଶୁଭ ଉନ୍ମୋଚନ…

mahabharatanews