ଓଡିଶାଭାରତରାଜନୀତି

ଅଧୀରଙ୍କ ମନ୍ତବ୍ୟ ନେଇ ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ: କଂଗ୍ରେସର ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ମନ୍ତବ୍ୟ ନେଇ ସଂସଦର ଉଭୟ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି। ଉଭୟ ସଦନର ବିଜେପି ସଦସ୍ୟମାନେ ଗୃହ ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ। ଏଥିସହିତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସଂସଦୀୟ ଦଳ ନେତା ଅଧୀନ ରଞ୍ଜନ ଚୌଧୁରୀ ନିସର୍ତ୍ତ କ୍ଷମା ମାଗନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି। ସେପଟେ ଲୋକସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଏହା ଘୋର ଅପମାନ। ତେଣୁ ଶ୍ରୀମତୀ ଗାନ୍ଧୀ ଦେଶ ଓ ଆଦିବାସୀଙ୍କୁ ନିସର୍ତ୍ତ କ୍ଷମା ମାଗନ୍ତୁ ବୋଲି କହି ଗୃହରେ ହଙ୍ଗାମା କରିଥିଲେ। ଫଳରେ ଲୋକସଭା ବାଚସ୍ପତି ଓମ ବିର୍ଲା ଗୃହ ମୁଲତବୀ କରିଥିଲେ। ସେପଟେ ରାଜ୍ୟସଭାରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଦେଶ ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ପାଇ ଖୁସି ଥିବାବେଳେ କଂଗ୍ରେସ ଜାଣି ଶୁଣି ଲିଙ୍ଗଗତ ଅସମାନତା ସୃଷ୍ଟି କରୁଛି ବୋଲି ଗୃହରେ କହିଥିଲେ। ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ସେପଟେ ଶ୍ରୀ ଚୌଧୁରୀ କ୍ଷମା ମାଗିବା ସହ ମୁଁ କହୁକହୁ କହିଦେଇଥିଲି। ଏହା ମୋ ପାଟିରୁ ଖସି ଯାଇଥିଲା ବୋଲି ସଫେଇ ଦେଇ କହିଥିଲେ।
ସମ୍ପୃକ୍ତ ଘଟଣାକୁ ନେଇ ଓଡି଼ଶା ବିଧାନସଭାରେ ମଧ୍ୟ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଏହାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ଗୃହ କାର୍ଯ୍ୟ ଚାଲିପାରିନଥିଲା। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଏହାପରେ ବିଜେପି ବିଧାୟକମାନେ ଗୃହ ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ। ସେପଟେ କଂଗ୍ରେସ ଦଳ ଲୋକଙ୍କୁ ସମ୍ମାନ ଦେବା ଜାଣେ ନାହିଁ ତେଣୁ ଲୋକମାନେ କଂଗ୍ରେସକୁ ପ୍ରତ୍ୟାଖାନ କରୁଛନ୍ତି। ଏହାଛଡା କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡୁଛି। ବର୍ତ୍ତମାନ ଚାରିଆଡେ ଇଡି ପକ୍ଷରୁ ଚଢାଉ ଜାରି ରହିଛି। କାଳେ ଇଡି ଶ୍ରୀ ଚୌଧୁରୀଙ୍କ ପାଖକୁ ପଳାଇ ଆସିବ ସେଇ ଭୟରେ ସେ ବଲ ଫିଙ୍ଗୁ ଥିବା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି। ସେପଟେ ବିଜେଡି ପକ୍ଷରୁ ମଧ୍ୟ ଏହାକୁ ନିନ୍ଦା କରାଯାଇଛି।

Related posts

ଅନ୍ଧାରରେ ଦୀର୍ଘ ୯ ମିନିଟ ପର୍ଯ୍ୟନ୍ତ ଭାଷଣ ଦେଲେ ମହାମହିମ ରାଷ୍ଟ୍ରପତି

mahabharatanews

ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

mahabharatanews

କେଦାରନାଥ ମନ୍ଦିରରେ ବିଜେପି ସାଂସଦଙ୍କୁ ଭେଟିଲେ ରାହୁଲ୍‌ 

mahabharatanews