ଓଡିଶା

ମାଓ ପୋଷ୍ଟର ଲଗାଇ ସ୍ଥିତି ଜାହିର କଲା ଲାଲ ବାହିନୀ

କନ୍ଧମାଳ: କିଛିଦିନର ନୀରବତା ପରେ ପୁଣି ମାଓବାଦୀମାନେ ନିଜର ସ୍ଥିତି ଜାହିର କରିଛନ୍ତି। ସୂଚନା ଅନୁସାରେ କନ୍ଧମାଳରେ ମାଓ ପୋଷ୍ଟର ଲଗାଇ ନିଜର ସ୍ଥିତିକୁ ଜାହିର କରିଛନ୍ତି। ତୁମୁଡିବନ୍ଧ ଥାନା ତୁମୁଡିବନ୍ଧରୁ କୋଟଗଡ ମୁଖ୍ୟ ରାସ୍ତାର ମାଦାଗୁଡା ଗାଁକୁ ଯିବା ଛକ ନିକଟରେ ମାଓବାଦୀଙ୍କ ପକ୍ଷରୁ ଲାଲ ବ୍ୟାନର ଲଗାଯାଇଛି। ସିପିଆଇ ମାଓବାଦୀ ପକ୍ଷରୁ ବଂଶଧାରା ଘୁମୁସର ନାଗାବଳୀ ଡିଭିଜିନାଲ କମିଟି ପକ୍ଷରୁ ଏହି ମାଓବ୍ୟାନର ଲଗାଯାଇଛି। ତେବେ ସେପ୍ଟେମ୍ବର ୧୩ ତାରିଖରେ ସ୍ୱାଧୀନତା ସଂଗ୍ରାମୀ ଯତୀନ ଦାଙ୍କର ଶହୀଦ ଦିବସକୁ ରାଜନୈତିକ ବନ୍ଦୀମୁକ୍ତି ଦିବସ ରୂପେ ପାଳନ କରିବାକୁ ମାଓ ସଂଗଠନ ପକ୍ଷରୁ କୁହାଯାଇଛି। ମାଓବାଦୀଙ୍କ ନାମରେ ସମସ୍ତ ଗିରଫ ବନ୍ଦୀଙ୍କୁ ବନ୍ଦୀର ମାନ୍ୟତା ଦେବାକୁ ବ୍ୟାନର ଜରିଆରେ ଆହ୍ୱାନ ଦିଆଯାଇଛି। ସମସ୍ତ ବନ୍ଦୀ ମାଓବାଦୀଙ୍କୁ ନିଃସର୍ତ୍ତ ଖଲାସ ସହ ମିଛ ମାମଲା ପ୍ରତ୍ୟାହାର କରିବାକୁ ମାଓବାଦୀ ବ୍ୟାନରରେ ଉଲ୍ଲେଖ ରହିଛି।

Related posts

ହିଜବୁଲ ମୁଜାହିଦୀନ କମାଣ୍ଡର ଫସିରହିଛି ସୁରକ୍ଷା କର୍ଡନରେ

mahabharatanews

ବିଜେଡିରେ ସାଲିସକାରୀଙ୍କୁ ଦିଆଯାଉଛି ପ୍ରାଧାନ୍ୟ

mahabharatanews

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

mahabharatanews