ଓଡିଶା

୧୦ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ଜିଲ୍ଲା ବିଜ୍ଞାନ କେନ୍ଦ୍ର:ଅଶୋକ ପଣ୍ଡା

୬ଟି ଜିଲ୍ଲାରେ ପ୍ଲାନେଟୋରିୟମ ପ୍ରତିଷ୍ଠା ନେଇ ଯୋଜନା

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ପ୍ରଶ୍ନକାଳରେ ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ରାଜ୍ୟରେ କେତୋଟି ପ୍ଲାନେଟୋରିୟମ ଓ ବିଜ୍ଞାନ କେନ୍ଦ୍ର ଖୋଲିବା ପାଇଁ ସରକାର କଣ ଯୋଜନା କରିଛନ୍ତି ସେ ନେଇ ପ୍ରଶ୍ନ କରିଥିଲେ। ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାପାଳମାନଙ୍କ ପ୍ରସ୍ତାବ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲା ଯଥା ଗଞ୍ଜାମ, ନୟାଗଡ, ମୟୂରଭଞ୍ଜ, କେଉଁଝର, କୋରାପୁଟ ଭଦ୍ରକ, ପୁରୀ, ବଲାଙ୍ଗିର, ସୁନ୍ଦରଗଡ, ଜଗତସିଂହପୁର ଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଯୋଜନା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ଜିଲ୍ଲା ଗୁଡିକରୁ ଉପଯୁକ୍ତ ସ୍ଥାନ ଚିହ୍ନଟ କରାଯାଇ ଜମି ପଟ୍ଟା ବିଜ୍ଞାନ ଓ କାରିଗରୀ ବିଭାଗକୁ ହସ୍ତଗତ ହେବ। ସେହିସବୁ ଜିଲ୍ଲା ଗୁଡିକୁ ପ୍ରାଥମିକତା ଭିତ୍ତିରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଆଗ୍ରାଧିକାର ଦିଆଯିବ। ବର୍ତ୍ତମାନ ମାଲକାନାଗିରି, ଦେବଗଡ, କଳାହାଣ୍ଡି, ନବରଙ୍ଗପୁର, ସୋନପୁର, ବୈଦ୍ଧ, ଝାରସୁଗୁଡା, କେନ୍ଦ୍ରାପଡା, ଅନୁଗୁଳ ଏବଂ ଗଜପତି ଜିଲ୍ଲାରେ ଚିହ୍ନଟ ସ୍ଥାନରେ ଜମିପଟ୍ଟା ହସ୍ତାନ୍ତର ପାଇଁ ତହସିଲଦାରଙ୍କ ପାଖରେ ଦରଖାସ୍ତ ଦାଖଲ କରାଯାଇଛି। ରାଜ୍ୟ ସରକାର ବର୍ତ୍ତମାନ ୬ଟି ଜିଲ୍ଲା ଯଥା ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ବଲାଙ୍ଗିର, ସୁନ୍ଦରଗଡ ଏବଂ ରାୟଗଡାରେ ଗୋଟିଏ ଲେଖାଏଁ ପ୍ଲାନେଟୋରିୟମ ପ୍ରତିଷ୍ଠା କରିବା ପାଇଁ ଯୋଜନା ରଖିଛନ୍ତି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ଗୃହରେ ଉତ୍ତର ରଖିଥିଲେ।

Related posts

ଟ୍ରେନ୍ ଦୁର୍ଘଟଣା : ମୃତ୍ୟୁ ୨୮୮, ଆହତ ୯୦୦

mahabharatanews

ଜାନୁଆରୀ ୧୮ରୁ ଫେବ୍ରୃଆରୀ ୧୭ ପର୍ଯ୍ୟନ୍ତ ପାଳିତ ହେବ ସଡକ ସୁରକ୍ଷା ମାସ

mahabharatanews

ଆଜି ପାରଳାଖେମୁଣ୍ଡି ଗସ୍ତରେ ବିଜେଡି ସୁପ୍ରିମୋ

mahabharatanews