ଅପରାଧଓଡିଶା

ଚିକିତ୍ସା ବାହାନାରେ ଶିଶୁର ଦେହ ସାରା ୨୫ ଚେଙ୍କ ଦେଲେ ଦିଶାରୀ

ନବରଙ୍ଗପୁର : ଏ ଦୁନିଆରେ ଏବେବି ଅଧା ବିଶ୍ୱାସ ରହିଛି । କେଉଁଠି ସାପ କାମୁଡ଼ିଲେ ମେଡିକାଲ ନେବା ବଦଳରେ ଗୁଣି ପାଖକୁ ନେଇ ଝାଡା ଫୁଙ୍କା କରୁଛନ୍ତି ତ ଆଉ କେଉଁଠି କିଛି ବି ଦେହ ଖରାପ ହେଲେ ବି ଅନ୍ଧବିଶ୍ୱାସରବାଟ ଆପଣାଉଛନ୍ତି । ଏହି ଅନ୍ଧବିଶ୍ୱାସର ଓ ଅନ୍ଧଗଳିରେ ବଳି ପଅଡିଯାଇଛି କଅଁଳ ଶିଶୁର ଜୀବନ ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ରାଇଘର ବ୍ଲକ ଯୋଡାପାରା ଗାଁରରେ । ଚିକିତ୍ସା ବାହାନାରେ ଶିଶୁଙ୍କୁ ଚେଙ୍କ ଦେଲେ ଦିଶାରୀ । ଭଲ କରିବା ବାହାନାରେ ଶିଶୁର ଦେହରେ ଦିଆଯାଇଥିଲା ୨୫ ଚେଙ୍କ ।

ସୂଚନା ଅନୁସାରେ , ଯୋଡାପାରା ଗାଁର ସୁକଦେବ ଗଣ୍ଡଙ୍କ ୯ ମାସର ପୁଅ ଥଣ୍ଡା, କାଶ ଓ ଜ୍ୱର ହୋଇଥିଲା । ପରିବାର ଲୋକେ ତାକୁ ଡାକ୍ତରଖାନାକୁ ନେବା ପରିବର୍ତ୍ତେ ପ୍ରଥମେ ଜଣେ ଦିଶାରୀ ବା ଗୁଣିଆ ପାଖକୁ ନେଇଥିଲେ । ସେଠାରେ ଶିଶୁର ପେଟରେ ଦିଆଯାଇଥିଲା ଚେଙ୍କ । ଅବସ୍ଥା ସୁଧୁରିବାବଦଳରେ ଆହୁରି ଖରାପ ହେବାର ଲାଗିଁଥିଲା । ଯାହା ଫଳରେ ତାଙ୍କ ପାରିବ ଲୋକେଡାକ୍ତରଖାନାରେ ରାଇଘର ହାଟଭରଣ୍ଡି ଭର୍ତ୍ତି କରାଇଥିଲେ ।

ତା ପରେ ଶିଶୁ ଗୁରୁତର ଥିବାରୁ ଡାକ୍ତର ମନ କରିଥିଲେ ଶିଶୁଟିକୁ ଘରକୁ ନେବାକୁ । ପରିବାର ଲୋକେ ନେଇଯିବାକୁ ଅଡିବସିଥିଲେ। ଡାକ୍ତର ମନ କରିବା ସତ୍ୱେ ବି ନେଇଯାଇଥିଲେ ପରିବାର ଲୋକେ ଯାହା ଫଳରେ ଶିଶୁଟିର ମୃତ୍ୟୁ ଘଟିଥିଲା । ତେବେ ଆଜିର ଦିନରେ କିଛି ଲୋକ ଏମିତି ଅନ୍ଧ ବିଶ୍ୱାସକୁ ସମଥନ ନ କରି ଦେହ ଖରାପ କି କିଛି ବି ରୋଗ ହେଲେ ଆଗେ ମେଡିକାଲ କୁ ଯାଅନ୍ତୁ ଏମିତି ଅନ୍ଧବିଶ୍ୱାସକୁ ବିଶ୍ୱାସ କରନ୍ତୁ ନାହିଁ ।

Related posts

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

mahabharatanews

ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ କାର୍ଯ୍ୟକ୍ରମ ଆରମ୍ଭ

mahabharatanews

ଆଜି ପ୍ରକାଶ ପାଇବ ଯୁକ୍ତ୨ କଳା ଓ ଧନ୍ଦାମୂଳକ ଫଳାଫଳ

mahabharatanews