ଖେଳଭାରତ

ଭାରୋତ୍ତଳନରେ ଭାରତକୁ ଆଉ ଏକ ପଦକ

ବର୍ମିଂହାମ: ଭାରୋତ୍ତଳନରେ ଭାରତକୁ ଆଉ ଏକ ପଦକ। ଭାରତ ପାଇଁ ରୌପ୍ୟ ପଦକ ଜିତିଲେ ବିନ୍ଦ୍ୟାରାଣୀ ଦେବୀ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଭାରୋତ୍ତଳକାରୀଙ୍କ ଦବଦବା । ୫୫ କିଲୋଗ୍ରାମ ବର୍ଗରେ ଭାରତ ପାଇଁ ରୌପ୍ୟ ଆଣିଲେ ବିନ୍ଦ୍ୟାରାଣୀ ଏହାସହ ମୋଟ ୨୦୨ କିଲୋ ଉଠାଇ ରୌପ୍ୟ ଜିତିଛନ୍ତି । ଶନିବାର ଦ୍ବିତୀୟ ଦିନ ସୁଦ୍ଧା ଭାରତ ତା’ର ଚତୁର୍ଥ ପଦକ ହାସଲ କରିଛି। ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ରେ ଭାରତ ନିଜ ସଫଳତା ଜାରି ରଖିଛି।
ପ୍ରଥମେ ସେ ୮୧ କେଜି ଉଠାଇଥିଲେ ପରେ ଦ୍ବିତୀୟ ପର୍ଯ୍ୟାୟରେ ୮୪ କେଜି ଓ ତୃତୀୟ ପର୍ଯ୍ୟାୟରେ ୮୬ କେଜି ଉଠାଇଥିଲେ। ସେହିପରି କ୍ଲିନ ଏବଂ ଜେର୍କ ରାଉଣ୍ଡରେ ପ୍ରଥମ ପର୍ଯ୍ୟାୟରେ ୧୧୦ କେଜି ଉଠାଇଥିବା ବେଳେ ଦ୍ବତୀୟ ପର୍ଯ୍ୟାୟରେ ୧୧୪ କେଜି ଉଠାଇବାରେ ବିଫଳ ହୋଇଥିଲେ। କିନ୍ତୁ ତୃତୀୟ ପର୍ଯ୍ୟାୟରେ ଇଂଲଣ୍ଡର ଫ୍ରେର ମୋରଙ୍କ ସହିତ ପ୍ରତିଯୋଗିତା କରିବାକୁ ଯାଇ ୧୧୬ କେଜି ଉଠାଇବାରେ ସଫଳ ହୋଇଥିଲେ। ନାଇଜେରିଆର ଆଡିଜାଟ ଓଲାରିନୋଏ ମୋଟ ୨୦୩ କେଜି ଉଠାଇ ସ୍ବର୍ଣ୍ଣପଦକ ପାଇଥିବାବେଳେ ବିନ୍ଦ୍ୟାରାଣୀ ସ୍ନାଚ, କ୍ଲିନ ଏବଂ ଜର୍କରୁ ୨୦୨ କେଜି ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି।

Related posts

 ନମୋ ଆପରେ “ଜନ ମନ ସର୍ଭେ” ଆରମ୍ଭ

mahabharatanews

ଇଣ୍ଡୋନେସିଆ ପାଇଁ ଭାରତରେ ବୃଦ୍ଧି ପାଇବା ତୈଳ ଦର

mahabharatanews

ଆପ ସରକାର ଭାଙ୍ଗିବାକୁ ବିଜେପିର ଯୋଜନା

mahabharatanews