ଓଡିଶା

୮ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ

ୱେବସାଇଟରେ ଫଳ ପ୍ରକାଶ
ଭୁବନେଶ୍ୱର: ଆସନ୍ତା ୮ ତାରିଖ ଅପରାହ୍ନ ୪ଟାରେ ଯୁକ୍ତ ଦୁଇ କଳା ଓ ଧନ୍ଦମୂଳକ ଶିକ୍ଷାର ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜଣାପଡିଛି। ଜୁଲାଇ ୨୭ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବା ଦିନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଅଗଷ୍ଟ ୮ ତାରିଖରେ କଳା ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ କରାଯିବ ବୋଲି ସୂଚନା ଦେଇଥିଲେ। www.odisharesults.nic.in ରେ ପିଲାମାନେ ଫଳ ପ୍ରକାଶ ପାଇବାର ଘଣ୍ଟାଏ ପରେ ଅର୍ଥାତ ଅପରାହ୍ନ ୫ଟାରେ ଜାଣିପାରିବେ। ଯୁକ୍ତ ଦୁଇ ବିଜ୍ଞାନରେ ୭୮,୦୭୭ ଜଣ ଫର୍ମ ଫିଲପ କରିଥିଲେ। ରେଗୁଲାରରେ ୭୪,୫୧୧ ଜଣ, ଏକ୍ସ ରେଗୁଲାର ୩,୫୫୬ ଜଣ ରହିଥିଲେ। ୭୩, ୭୭୧ ଜଣ ପରୀକ୍ଷା ଦେଇଥିଲେ। ଏକ୍ସ ରେଗୁଲାରରେ ୨,୮୩୩ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ମୋଟା ମୋଟି ଭାବେ ୭୬ ହଜାର ୬୦୪ ଜଣ ପିଲା ପରୀକ୍ଷା ଦେଇଥିଲାବେଳେ ୭୨,୧୦୬ ଜଣ ପାସ କରିଥିଲେ। ୪୫,୫୮୭ ଜଣ ବାଳକ ପାସ କରିଥିଲା ବେଲେ ବାଳକଙ୍କ ପାସ ହାର ୯୩.୮୦ ପ୍ରତିଶତ ରହିଛି। ସେହିପରି ବାଳିକା କ୍ଷେତ୍ରରେ ୩୨, ୫୧୯ ଜଣ ପାସ କରିଛନ୍ତି, ପାସ ହାର ୯୪.୫୨ ପ୍ରତିଶତ ରହିଛି। ପ୍ରଥମ ଶ୍ରେଣୀରେ ୫୦,୧୫୭ ଜଣ ପାସ କରିଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ୧୪,୯୩୨ ରହିଛନ୍ତି। ସେହିପରି ତୃତୀୟ ଶ୍ରେଣୀରେ ୬,୯୧୦ ଜଣ ରହିଛନ୍ତି। ୧୧୨୪ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଜଣାପଡିଛି।
ସେହିପରି ଯୁକ୍ତ ଦୁଇ ବାଣିଜ୍ୟ ବିଭାଗରେ ୨୩, ୭୨୬ ଜଣ ପରୀକ୍ଷା ଦେଇଥିଲେ । ୨୧,୧୬୫ ଜଣ ପାସ କରିଥିବାବେଳେ ପାସ ହାର ୮୯.୨୦ ପ୍ରତିଶତ ରହିଛି। ପ୍ରଥମ ଶ୍ରେଣୀରେ ୧୦,୮୬୩ ଜଣ ପିଲା ପାସ କରିଛନ୍ତି। ଦ୍ୱିତୀୟ ଶ୍ରେଣୀରେ ୫୦୫୩ ଜଣ, ତୃତୀୟ ଶ୍ରେଣୀରେ ୫୨୪୨ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ବାଳକଙ୍କ ପାସ ହାର ୮୮.୩୨ ରହିଥିବାବେଳେ ବାଳିକାଙ୍କ ପାସ ହାର ୯୦.୭୧ ପ୍ରତିଶତ ରହିଛି। ୨୭୩ ଜଣ ବଙ୍କଳ ବାଳିକା ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିପାସ କରିଛନ୍ତି। ୧୩୪ ସ୍କୁଲରେ ଶତ ପ୍ରତିଶତ ବାଳକ ବାଲିକା ପାସ କରିଛନ୍ତି।

Related posts

ଡାକ୍ତର ହେବତ ଏମିତି, ଡାକ୍ତର ରୂପରେ ଭଗବାନ

mahabharatanews

କରୋନାସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଭିମସାରର ୧୫ ଜଣଙ୍କୁ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ

mahabharatanews

୧୫ରେ ବାହାରିବ ଯୁକ୍ତ ୨ ଫଳ , ୧୯ମାର୍କ ମିଳିବ ଗ୍ରେସ୍ ମାର୍କ

mahabharatanews