ଓଡିଶା

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ

କଳାରେ ପାସ ହାର ୮୨ ପ୍ରତିଶତ
ଭୁବନେଶ୍ୱର: ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱନୀ ମିଶ୍ର ପରୀକ୍ଷା ଫଳ ପ୍ରକାଶ କରିଥିଲେ। ୨ ଲକ୍ଷ ୧୩ ହଜାର ୪୩୨ ଜଣ ପରୀକ୍ଷାର୍ଥୀ ଦେଇଥିଲେ। ରେଗୁରାଲରେ ୧ ଲକ୍ଷ ୯୮ ହଜାର ୪୨୬, ଏକ୍ସ ୧୨ ହଜାର ୨୨୮ ଜଣ, କରେସପଣ୍ଡାଣ୍ଟ ରେ ୨ ହଜାର ୫୫୪ ଜଣ ଫର୍ମ ଫିଲପ କରିଥିଲେ । ଏଥି ମଧ୍ୟରୁ ୨ ଲକ୍ଷ ୧୩ ହଜାର ୪୦୬ ଜଣ ପରୀକ୍ଷା ଦେଇଥିଲେ । ୧ ଲକ୍ଷ ୭୧ ହଜାର ୨୮୮ ଜଣ ପାସ କରିଥିଲେ । ୧୭୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ୨୮ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ପିଲା ପାସ କରିଛନ୍ତି । ଯୁକ୍ତ ଦୁଇ କଳାରେ ୮୨.୧୦ ପ୍ରତିଶତ ଛାତ୍ର ଛାତ୍ରୀ କଳାରେ ପାସ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ପାସ ହାରରେ ସର୍ବାଧିକ ରହିଥିବାବେଳେ ନବରଙ୍ଗପୁରରେ ସର୍ବନିମ୍ନ ରହିଛି । ସନ୍ଧ୍ୟା ୫ଟାରେ ଛାତ୍ରଛାତ୍ରୀଡମାନେ orissaresults.nic.in ଫଳାଫଳ ଜାଣିପାରିବେ ।

Related posts

ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ବିଭିନ୍ନ ଦାବି ନେଇ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ପାଳିତ

mahabharatanews

ହୀରକୁଦରେ ପୁଣି ଖୋଲିଲା ୬ ଗେଟ

mahabharatanews