ଓଡିଶା

ବଜ୍ରପାତ ଚାଲିଗଲା ୨ ମହିଳାଙ୍କ ଜୀବନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ସୁରେଖାଦେଇପୁର ଏବଂ ରାଇବନ୍ଧ ଗ୍ରାମରେ ବଜ୍ରାଘାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଚାଷ ଜମିରେ କାମ କରୁଥିବାବେଳେ ଲଗାଣ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ମାରିଥିଲା। ଫଳରେ ଅତ୍ୟଧିକ ବଜ୍ରାଘାତ ଯୋଗୁଁ ରାଇବନ୍ଦର ଟିକିନା ସ୍ବାଇଁ ଏବଂ ସୁରେଖାଦେଇପୁର ଗ୍ରାମର କୁମାରୀ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ଗ୍ରାମବାସୀ ସଙ୍ଗେ ସଙ୍ଗେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବଡ଼ଗଡ଼ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିବା ସହିତ ବ୍ୟବଛେଦ ପାଇଁ ଆସିକା ଡାକ୍ତରଖାନାକୁ ପଠାଇଛନ୍ତି।

Related posts

ହିଞ୍ଜିଳି ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ବିଜିଗୋଳରେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଉଦ୍ ଯାପିତ

mahabharatanews

ଲାଞ୍ଚ ନେଇ ଧରାପଡ଼ିଲେ ଉଦଳା ପୋଷ୍ଟାଲ ଇନ୍ସପେକ୍ଟର

mahabharatanews