ଭାରତସ୍ୱାସ୍ଥ୍ୟ

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ; ୧୨, ୭୫୧ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ ଦିନ କମି କମି ଯାଉଛି କରୋନା ସଂକ୍ରମଣ । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୬,୧୬୭ ଥିବା ‌ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୨, ୭୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଦେଶରେ ଏବେ ବି ସକ୍ରିୟ ଅଛନ୍ତି ୧୩୧୮୦୭ ଜଣ ଓ ସୁସ୍ଥ ହୋଇ ସାରିଲେଣି ୪୩୫୧୬୦୭୧ ଜଣ। ଏବେ ସୁଦ୍ଧା ଦେଶରେ କରୋନାରେ ମୃତ୍ୟୁବରଣ କରି ସାରିଛନ୍ତି ୫୨୬୭୭୨ ଜଣ। ଏବେ ଦୈନିକ ସଂକ୍ରମଣ ହାର ରହିଛି ୩.୫୦ ପ୍ରତିଶତ।

ଦେଶରେ କରୋନା ପ୍ରଭାବ ସେତେ ବେଶି ଦେଖା ଦେଇନଥିଲେ ବି ଚୀନରେ କିନ୍ତୁ କରୋନା ପାଇଁ ତାଲାବନ୍ଦ ଘୋଷଣା କରାଯାଇଛି । ପ୍ରାୟ ୧ ନିୟୁତ ଲୋକ ବସବାସ କରୁଥିବା ଚୀନ୍‌ ହାଇନାନ ପ୍ରଦେଶର ରାଜଧାନୀ ସାନ୍ୟା ନଗରୀ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଜଣାଶୁଣା। ଅନେକ ସମୟରେ ଏହାକୁ ‘ଚୀନ୍‌ର ହାୱାଇ’ ବୋଲି କୁହାଯାଏ। କୋଭିଡ୍ ସଂକ୍ରମଣ ରୋକିବା ପାଇଁ ଶନିବାର ଚୀନ୍ ସରକାର ଏହି ମହାନଗରୀକୁ ତାଲାବନ୍ଦ ଘୋଷଣା କରିଥିବାରୁ ପ୍ରାୟ ୮୦,୦୦୦ ପର୍ଯ୍ୟଟକ ଫସି ରହିଛନ୍ତି। ଏବେ କେମିତି ଫେରି ଆସିବେ ତାକୁ ନେଇ ଚିନ୍ତାରେ ପର୍ଯ୍ୟଟକ ।

Related posts

ଆପ କାର୍ଯ୍ୟାଳୟ ଖାଲି କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୩,୧୬୬ ଆକ୍ରାନ୍ତ ଚିହ୍ନଟ ଓ ୩୦୨ ଜଣ ମୃତ

mahabharatanews

ଏପ୍ରିଲ ୧୬ରେ ଲୋକସଭା ନିର୍ବାଚନ !

mahabharatanews