ଓଡିଶା

ଗାଇଡଲାଇନରେ ପରିବର୍ତ୍ତନ କଲା ଗଣଶିକ୍ଷା ବିଭାଗ

ସ୍ୱାଧୀନତା ଦିବସରେ ସାମିଲ ହୋଇପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସରକାରଙ୍କ ଗାଇଡଲାଇନ ଅନୁସାରେ ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀମାନେ ସାମିଲ ହୋଇପାରିବେ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଗତକାଲି ଛାତ୍ରଛାତ୍ରୀମାନେ ଉତ୍ସବରେ ସାମିଲ ହୋଇପାରିବେ ନାହିଁ ବୋଲି ସରକାର ମାର୍ଗଦର୍ଶିକା ଜାରି କରିଥିଲେ। କରୋନାର ଚତୁର୍ଥ ଲହର ଲାଗି ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଆଜି ସରକାର ନିଷ୍ପତ୍ତି ବଦଳାଇଛନ୍ତି। ତେଣୁ ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୭୬ ତମ ସ୍ୱାଧୀନତା ଦିବସରେ ସ୍କୁଲ ଛାତ୍ରଛାତ୍ରୀମାନେ ଭାଗ ନେଇ ପାରିବେ। ଗତ ଦୁଇ ବର୍ଷ ଧରି କରୋନା ମହାମାରୀ କାରଣରୁ ଛାତ୍ରଛାତ୍ରୀମାନେ ସ୍ୱାଧୀନତା ଦିବସକୁ ସ୍କୁଲ ପରିସରରେ ପାଳନ କରିନାହାଁନ୍ତି। ତେବେ ସରକାରଙ୍କ ଏପରି ନିଷ୍ପତ୍ତି ବଦଳିବା ପରେ ପିଲାମାନେ ଖୁସିଥିବା ଜଣାପଡିଛି।

Related posts

ଶୁଭଲକ୍ଷ୍ମୀ ଆତ୍ମହତ୍ୟା ମାମଲା; ଭାଇରଲ ଭିଡିଓର ସତ୍ୟତା ନାହିଁ

mahabharatanews

ବଡଚଣା ବ୍ଲକ ପଞ୍ଚାୟତ ସ୍ତରରେ ଉପନିର୍ବାଚନର ଘୋଷଣା ହେଲା ଫଳାଫଳ

mahabharatanews

ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା :ମତ୍ସ୍ୟଜିବୀଙ୍କୁ ସମୁଦ୍ର ମନା  

mahabharatanews