ଓଡିଶା

ଆତ୍ମସମର୍ପଣ କଲେ ଫେରାର ୟୁଟ୍ୟୁବର ଦମ୍ପତି 

( ଯାଜପୁର) : ଆତ୍ମସମର୍ପଣ କଲେ ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି । ଯାଜପୁର ରୋଡ଼ ବନ ବିଭାଗ କାର୍ଯ୍ୟାଳୟରେ ୟୁଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଆତ୍ମସମର୍ପଣ କରିଛନ୍ତି । ତେବେ ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଭଦ୍ର ଗିରଫ ଭୟରେ ଫେରାର ହୋଇଯାଇଥିଲେ । କିଛି ଦିନ ହେଲା ମୋନାଲିସା ଘରେ ମାଙ୍କଡ ରଖିବା ସହ ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଫଟୋ ପୋଷ୍ଟ କରୁଥିଲେ । ଏନେଇ ତାଙ୍କୁ ବାରମ୍ବାର ତାଗିଦ କରିବା ସତ୍ୱେ ସେ କିଛି ଶୁଣିନଥିଲେ ।

ସୂଚନାନୁଯାୟୀ , ବନ୍ୟଜନ୍ତୁଙ୍କ ସହ ସାମାଜିକ ଗଣମାଧ୍ୟମରେ ଫୋଟୋ ଭିଡିଓ ସେୟାର କରିବା ଏବଂ ବନ୍ୟ ଜନ୍ତୁଙ୍କୁ ଘରେ ରଖିବା ଓ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ, ଭିଡିଓ ପୋଷ୍ଟ କରିବା ଘଟଣାରେ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘରେ ଚଢାଉ କରଥିଲା ବନ ବିଭାଗ । ତାଙ୍କ ଘରୁ ମାଙ୍କଡକୁ ଉଦ୍ଧାର କରିଥିଲା ବନବିଭାଗ । ସୋମବାର ଦିନ ବନ ବିଭାଗ ପକ୍ଷରୁ ଦୁଇଟି ଟିମ ଗଠନ କରାଯାଇଥିଲା । ସେମାନଙ୍କ ବିରୋଧ ରେ ବନ ବିଭାଗ ପକ୍ଷରୁ କେଶ ନମ୍ବର 275/24ରେ ଏକ ମାମଲା ରୁଜୁ ହୋଇଛି ।

Related posts

ନୂଆପଡ଼ାରୁ ବିପୁଳ ମାଓ ସାମଗ୍ରୀ ଜବତ

mahabharatanews

ଆକ୍ରମଣ ମାମଲା: ଏସପିଙ୍କୁ ଭେଟିଲେ ସରପଞ୍ଚ ସଂଘ

mahabharatanews

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

mahabharatanews