ଓଡିଶାଭାରତରାଜନୀତି

ଓଡି଼ଶା ବିଜେପି ପ୍ରଭାରୀ ହେଲେ ସୁନୀଲ ବଂଶଲ

ନୂଆଦିଲ୍ଲୀ: ବିଜେପି ରାଷ୍ଠ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉତ୍ତର ପ୍ରଦେଶର ବରିଷ୍ଠ ବିଜେପି ନେତା ସୁନୀଲ ବଂଶଲଙ୍କୁ ଓଡି଼ଶା ବିଜେପିର ପ୍ରବାରୀ ଭାବେ ନିଯୁକ୍ତ କରାଯାଇଛି। ଏଥି ସହିତ ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ପ୍ରଭାରୀ ଭାବେ ମଧ୍ୟ କାର୍ଯ୍ୟ କରିବେ। ଆସନ୍ତା ବର୍ଷ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବ। ତେଲେଙ୍ଗାନା ଜିତିବା ପାଇଁ ବିଜେପି କୌଣସି ପ୍ରକାର ସୁଯୋଗ ଛାଡିବାକୁ ଚାହୁଁନାହିଁ। ଏଥିପାଇଁ ସେମାନଙ୍କୁ ଏକ ରଣନୀତି ପ୍ରସ୍ତୁତକାରୀ ନେତା ଆବଶ୍ୟକ କରୁଛି। ଏଭଳି ପରିସ୍ଥିତିରେ ସୁନୀଲ ବନସଲ ଜଣେ ସଫଳ ରଣନୀତିଜ୍ଞ ଭାବରେ ବିଜେପି ପାଇଁ ଏକ ବିକଳ୍ପ ବୋଲି ପ୍ରମାଣିତ କରିଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ସୁନୀଲ ରାଜ୍ୟ ସଂଗଠନର ପ୍ରଭାରୀ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ନେତୃତ୍ୱରେ ବିଜେପି ୮୦ ଲୋକସଭା ଆସନରୁ ୭୧ଟିରେ ବିଜୟୀ ହୋଇଥିଲା। ଫଳରେ ତାଙ୍କ ଦକ୍ଷତାର ପରିଚୟ ଦେଇଥିଲେ। ଏଥିପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଜାତୀୟ ରାଜନୀତିରେ ଥଇଥାନ ସହ ଯେଉଁ ରାଜ୍ୟରେ ଦଳର ସଂଗଠନ ଦୁର୍ବଳ ରହିଛି, ସେ ସବୁ ରାଜ୍ୟରେ ତାଙ୍କୁ ପ୍ରଭାରୀ ଭାବେ ଅବସ୍ଥାପିତ କରାଯାଇଛି।

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୩୭୭ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

କାଣ୍ଡସରରେ ୨୯ତମ ବାର୍ଷିକୀ ଶ୍ରୀମଦ୍ ରାମଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଆରମ୍ଭ

mahabharatanews

ସନ୍ଦେହ ଜନକ ଅବସ୍ଥାରେ ମାନସିକ ବିକୃତ ମହିଳାଙ୍କ ମୃତଦେହ ଉଦ୍ଧାର

mahabharatanews