ଓଡିଶା

ହୀରାକୁଦରେ ବଢ଼ୁଛି ଜଳସ୍ତର, ୧୪ ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ଛତିଶଗଡ଼ରେ ବର୍ଷା ଲାଗି ରହିଥିବାରୁ ଦ୍ରୁତ ଗତିରେ ବଢ଼ିଚାଲିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ଏଣୁ ହୀରାକୁଦ ଡ୍ୟାମରୁ ଆଜି ଖୋଲାଯାଇଛି ୪ଟି ଗେଟ୍। ଗତକାଲି ୧୦ଟି ଗେଟ୍ ଖୋଲିଥିବା ବେଳେ ଆଜି ୪ଟି ମିଶି ମୋଟ ୧୪ଟି ଗେଟ୍ ଖୋଲାଯାଇଛି। ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପଟୁ ୮ ଓ ଡାହାଣ ପାର୍ଶ୍ୱରୁ ୬ଟି ଗେଟ୍ ଦେଇ ଜଳ ନିସ୍କାସିତ ହେଉଛି । ହୀରାକୁଦ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ଡ୍ୟାମ୍ ଭିତରକୁ ୩ ଲକ୍ଷ ୯୨ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୧୪ଟି ଗେଟ୍ ମାଧ୍ୟମରେ ୨ ଲକ୍ଷ ୫୦ ହଜାର ଘନଫୁଟ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ୬୧୫ ଫୁଟରେ ଜଳସ୍ତର ପହଂଚିଥିବାବେଳେ ୬୩୦ ଫୁଟ ସର୍ବାଧିକ ଜଳଧାରଣ କ୍ଷମତା ରହିଛି ତେଣୁ ଆଜି ଯେ କୌଣସି ସମୟରେ ଅଧିକ ଗେଟ ଖୋଲାଯିବା ନେଇ ସୂଚନା ମିଳିଛି ।

Related posts

୫ ମାସ ପରେ ଦୁଷ୍କର୍ମକାରୀ ଗିରଫ

mahabharatanews

ଆଜି ଉଦଘାଟନ ହେବ ନନ୍ଦନକାନନ ରୋପ୍‌ୱେ 

mahabharatanews

ଟେମରିମାଲ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

mahabharatanews