ଭାରତ

ଯମୁନା ନଦୀରେ ଡଙ୍ଗା ଓଲଟି ୨୦ ଜଣଙ୍କ ମୃତ୍ୟୁ ଆଶଙ୍କା

ବାନ୍ଦା: ରକ୍ଷା ବନ୍ଧନ ଅବସରରେ ଗୁରୁବାର ଘଟିଯାଇଛି ଅଘଟଣ । ଯମୁନା ନଦୀରେ ଡଙ୍ଗା ଓଲଟି ୨୦ ଜଣଙ୍କ ମୃତ୍ୟୁ ଆଶଙ୍କା । ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୧୬ ଜଣ ନିଖୋଜ ଅଛନ୍ତି । ଏହି ନୌକାରେ ୩୫ ଜଣ ଯାଉଥିବା ବେଳେ ପ୍ରବଳ ପବନ ଯୋଗୁଁ ନଦୀରେ ଏହା ଓଲଟି ପଡ଼ିଥିଲା । ତେବେ ନୌକା ଚାଳକକୁ ଅଟକ ରଖାଯାଇଛି । ରକ୍ଷା ବନ୍ଧନ ଅବସରରେ ଗୁରୁବାର ଦିନ ପ୍ରାୟ ୩୫ ଜଣ ଯାତ୍ରୀ ଅପରାହ୍ନ ୩ଟା ସମୟରେ ବାନ୍ଦା ଜିଲ୍ଲାର ମାର୍କା ଅଞ୍ଚଳରୁ ଜରୌଲି ଘାଟକୁ ଯିବା ସମୟରେ ଏହି ଅଘଟଣ ଘଟିଛି । ପୁଲିସ ଟିମ୍‌ ଦ୍ୱାରା ୧୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି ।

Related posts

ବୃଦ୍ଧି ପାଇଲା ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା

mahabharatanews

କରୋନା ପରେ ଆସୁଛି ଡିଜିଜ୍ ଏକ୍ସ

mahabharatanews

 ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସା ମୁକ୍ତ କଲା ଇରାନ

mahabharatanews