ଓଡିଶାରାଜନୀତି

ସରିଲା ରାଜ୍ୟ କ୍ୟାବିନେଟ ବୈଠକ

୧୭ଟି ପ୍ରସ୍ତାବ ଉପରେ ଅନୁମୋଦନ 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ବସିଥିବା ରାଜ୍ୟ କ୍ୟାବିନେଟର ବୈଠକ ଶେଷ ହୋଇଛି। ୧୭ଟି ପ୍ରସ୍ତାବ ଉପରେ ଅନୁମୋଦନ ମିଳିଥିବା ସୂଚନା ମିଳିଛି। ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମିଲେଟ ମିଶନର ବିକାଶ ହେବ। ୪ଟି ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ ପ୍ରତିଷ୍ଠା ହେବ। ସୁନ୍ଦରଗଡ ଜିଲ୍ଲାର କୋଏଲ ନଦୀରେ ଇନଷ୍ଟ୍ରିମ ବ୍ୟାରେଜକୁ ମଞ୍ଜୁରୀ ମିଳିଛି। କାମାକ୍ଷାନଗର, ପରଜଙ୍ଗ, କଙ୍କଡାହାଡ, ପଟ୍ଟାମୁଣ୍ଡାଇରେ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଓଏମସି ସହ କଳିଙ୍ଗ ଆଇରନ ୱାର୍କ୍ସ ଓ ଫେରୋକ୍ରମର ମିଶ୍ରଣକୁ ମଞ୍ଜୁରୀ ମିଳିଛି। ୧୦ଟି ଜିଲ୍ଲାରେ ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି। ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ପ୍ରକଳ୍ପକୁ ମଂଞ୍ଜୁରୀ ମିଳିଛି । ୪ବ୍ଲକ୍‌ର ୨୭୧ଟି ଗାଁର ଲୋକଙ୍କୁ ଯୋଗାଣ ହେବ ଶୁଦ୍ଧ ପାନୀୟ ଜଳ । ୨୪ ମାସରେ ସରିବ କାମ । ଖର୍ଚ୍ଚ ହେବ ୫୦୧ କୋଟି ୮୫ ଲକ୍ଷ ଟଙ୍କା । ସେହିପରି ବାଲେଶ୍ୱରର ୨ଟି ପ୍ରକଳ୍ପ ହେବ, ଖର୍ଚ୍ଚ ହେବ ୨୯୧ କୋଟି ୬୨ ଲକ୍ଷ ଏବଂ କେନ୍ଦ୍ରାପଡ଼ାର ୩ଟି ବ୍ଲକ୍‌ରେ ହେବ ପ୍ରକଳ୍ପ। ୪୧୬ କୋଟି ୫୭ ଲକ୍ଷ ଖର୍ଚ୍ଚ କରିବାକୁ ସରକାର ଯୋଜନା ରଖିଛନ୍ତି।

Related posts

ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରରେ ସରସ୍ୱତୀ ପୂଜନ ଉତ୍ସବ ପାଳିତ

mahabharatanews

୨୯ ତାରିଖରୁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

mahabharatanews

କଟିକଟା ଠାରେ ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

mahabharatanews