ଓଡିଶାସ୍ୱାସ୍ଥ୍ୟ

ପୁଣି ଥରେ କରୋନାରେ ଆକ୍ରାନ୍ତ ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଳୀ: ପୁଣି ଥରେ କରୋନାରେ ଆକ୍ରାନ୍ତ ହେଲେ ସୋନିଆ ଗାନ୍ଧୀ। ସେ ଚଳିତବର୍ଷ ଜୁନ୍‌ ମାସରେ ପ୍ରଥମେ କରୋନା ଆକ୍ରାନ୍ତ ହୋଇଥିଲେ । ଏବେ ପୁଣି ଥରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏନେଇ ଏକ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି କଂଗ୍ରେସର ସାଂସଦ ଜୟରାମ ରମେଶ।ସେ ଟ୍ବିଟ୍‌ କରି ଲେଖିଛନ୍ତି, ‘କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସରକାରୀ ନିୟମ ଅନୁସାରେ ସେ ଏବେ ପୃଥକବାସରେ ରହିବେ।’

ଆପଣ ଜାଣିଥିବେ ନିଶ୍ଚୟ ଯେ ପୂର୍ବରୁ ସୋନିଆଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତା’ପରେ ସରକାରୀ ନିୟମ ମାନି ସେ ନିଜକୁ ପୃଥକବାସରେ ରଖିଥିଲେ।କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଜୁନ୍‌ ୨ ତାରିଖରେ କରୋନା ପିଜିଟିଭ୍‌ ହେବା ପରେ ଏବେ ତାଙ୍କ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ନୂଆଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସୋନିଆ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପରେ ଆଲ୍‌ ଇଣ୍ଡିଆ ମହିଳା କଂଗ୍ରେସ ପକ୍ଷରୁ ଟ୍ବିଟ୍‌ କରାଯାଇ ଲେଖାଯାଇଥିଲା ଯେ ‘ଆମର ଆଦରଣୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଜୀଙ୍କ ଅତି ଶୀଘ୍ର ସୁସ୍ଥ ହେବା ନେଇ କାମନା କରୁଛୁ।

Related posts

‘ମୋ ଅନୁଭୂତିର ଲଦାଖ’ପୁସ୍ତକ ଉନ୍ମୋଚନ

mahabharatanews

ଜିଲ୍ଲାସ୍ତରୀୟ ଡ଼ଃ ବି.ଆର ଆମ୍ବେଦକର ଜୟନ୍ତି ପାଳିତ

mahabharatanews

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି

mahabharatanews