ଓଡିଶାସ୍ୱାସ୍ଥ୍ୟ

ଶରୀର ପାଇଁ ଅମୃତ ଅପରାଜିତା ଫୁଲ

ଭୁବନେଶ୍ୱର:  ଅପରାଜିତା । ଏ ଏମିତି ଏକ ଫୁଲ ଯାହା ଗାଁ ଗହଳିରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ମିଳୁଥିବା ସାଧାରଣ ଗଛଟି । ଏହା ଯେଉଁଠି ନାହିଁ ସେଇଠି ଲଟା ପରି ମାଡିଯାଏ । ଆୟୁବେଦରେ ଏହି ଫୁଲଟିକୁ ଜଡିବୁଟି ଭାବେ ବ୍ୟବହାର କରାଯାଏ । ବିଶେଷ କରି ବର୍ଷା ଋତୁରେ  ଏହି ଫୁଲ ଅଧିକ ଫୁଟିଥାଏ । ଆୟୁବେଦରେ ବିଭିନ୍ନ ରୋଗର ଉପଚାର ପାଇଁ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ । ଦୁଇ ପ୍ରକାରର ଅପରାଜିତା ଫୁଲ ଦେଖିବାକୁ ମିଳିଥାଏ । ଗୋଟିଏ ହେଉଛି ଧଳା ଏବଂ ଆଉ ଗୋଟିଏ ହୋଇଛି ନୀଳ । ତେବେ ଆସନ୍ତୁ ଜାଣିବା ଅପରାଜିତା ଫୁଲରେ ହେଉଥିବା ରୋଗ ଉପଚାର ବିଷୟରେ……

୧- ମୁଣ୍ଡବିନ୍ଧା ହେଉଥିଲେ ଅପରାଜିତାର ବ୍ୟବହାର କରାଯାଏ । ଏହାକୁ ଏକ ଯନ୍ତ୍ରଣା ନାଶକ ଔଷଧ ବୋଲି କୁହାଯାଏ । ମୁଣ୍ଡବିନ୍ଧା ହେଉଥିଲେ କଞ୍ଚା ମଞ୍ଚିକୁ ବାଟି ସେହି ରସକୁ ଖାଲି ପେଟରେ ସକାଳୁ ସେବନ କରନ୍ତୁ ।

୨-ଅବସାଦ ଗ୍ରସ୍ତ ରୋଗକୁ ଭଲ କରେ ଅପରାଜିତା । ଆଜିକାଲି ଅବସାଦ ଗ୍ରସ୍ତ ହେବା ଏକ ସାଧାରଣ କଥା । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅପରାଜିତାରେ ଅବସାଦ ଦୂର କରିବାରେ ଗୁଣି ରହିଛି  ।

୩- ଅପରାଜିତା ରସକୁ ବାଟି ମୁଣ୍ଡରେ ଲେପ ଦେଲେ ଅବସାଦ ଦୂର ହୋଇଥାଏ । ଅପରାଜିତା ଫୁଲ ମଧୁମେୟ ରୋଗଙ୍କର ରକ୍ତ ସର୍କରାକୁ ନିୟନ୍ତ୍ରିତ କରିବାରେ ସାହାର୍ଯ୍ୟ କରେ । ମଧୁମେୟ ରୋଗୀ ସକାଳ ଏବଂ ରାତିର ଭୋଜନ ପରେ ଅପରାଜିତାରେ ଚାହା ପ୍ରସ୍ତୁତ କରି ପିଇଲେ  ରକ୍ତ ସର୍କରା ନିୟନ୍ତ୍ରଣରେ ରହିଥାଏ ।

୪-ତେବେ ଯଦି ଆପଣ କିଡନି ଓ ଷ୍ଟୋନ ପାଇଁ କଷ୍ଟ ପାଉଛନ୍ତି ତ ତେବେ ୫ଗ୍ରାମ ଅପରାଜିତାର ଚେରକୁ ଚାଉଳ ପାଣିରେ ବାଟି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସକାଳେ ଓ ସଂଧ୍ୟା ସମୟରେ ପିଅନ୍ତୁ । କିଡିନି ଓ ଷ୍ଟୋନ ରୋଗରୁ ଆରାମ ମିଳିଥାଏ ।

୫-ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କୁ ଭଜା ହୋଇଥିବା ଅପରାଜିତା ମଂଜିକୁ ଅଧ ଗ୍ରାମ ଗୁଣ୍ଡ କରି ଦିନକୁ ଦୁଇ ଥର ସେବନ କରିବାକୁ ଦିଅନ୍ତୁ । ଏହାକୁ ମଧ୍ୟ ମହୁ ସହ ଖାଇପାରିବେ । ତା ସହିତ ୬ଗ୍ରାମ ଅପରାଜିତାକୁ ଚେରକୁ ଗୁଣ୍ଡ କରନ୍ତୁ ତାହାକୁ ଦହିରେ ମିଶାି ଜଣ୍ଡିସ୍ ରୋଗୀକୁ ଖାଇବାକୁ ଦିଅନ୍ତୁ  । ଶିଘ୍ର ରୋଗ ଭଲ ହେବ ।

 

Related posts

ସମୁଦ୍ରକୁ ମାଛମାରି ଯିବାକୁ ମନା, ନିୟମ ଉଲ୍ଲଘଂନ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

mahabharatanews

ସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ଜାରି ରହିଛି ପଶ୍ଚିମା ଝଡର ପ୍ରଭାବ, ସାରା ରାଜ୍ୟରେ ଘଡଘଡି ସହ ବର୍ଷା

mahabharatanews